ଗୁଞ୍ଜାର
ଦେଖଣା
ଗୁଞ୍ଜାର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଗୁଞ୍ଜନ)—ଗୁଣୁଗୁଣୁ ଶଦ୍ଦ — ୧. Buzzing sound; humming.
ନିତ୍ୟ ମୁଖର ମଧୁକର ଗୁଞ୍ଜରେ ରାଧାନାଥ—ମେଘଦୂତ
- ୨. ଚୂର୍ଣ୍ଣକୁନ୍ତଳ —୨. A short curl of hair overhanging the brow.
- ୩. (ସଂସ୍କୃତ - ଗୁର୍ଜର) ହସ୍ତାଳଙ୍କାରବିଶେଷ; ବଳୟ — ୩. A kind of bracelet.
କଞ୍ଜ ମଞ୍ଜୁଳ ଗୁଞ୍ଜର ଯୁଗଳେ, ଖଞ୍ଜିଲା କାଚ ଅନ୍ତିକ ଯେ କବିସୂଯ୍ୟ—ଚନ୍ଦ୍ରକଳା
- ୪. ଏକ ଜାତୀୟ ନେଳ ଟାଣୁଆ ପକ୍ଷଯୁକ୍ତ ପୋକ — ୪. A beetle with hard blue wings; the blue Rutilian beetle.
[ ଦ୍ର—ଏହାର ନେଳି ଖୋଳକୁ ଗୋଲ କରି ସ୍ତ୍ରୀମାନେ ମଥାରେ ଟିକିଲିରୂପେ ଘେନନ୍ତି]
- ୫. (ସଂସ୍କୃତ - କୁଞ୍ଜର) ହସ୍ତୀ —୫. Elephant.