ଗୁଡ଼ିଆ ଜାତି
ଗୁଡ଼ିଆ ଜାତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେବି
[ସମ୍ପାଦନା]ମୁଢ଼ି, ଉଖୁଡ଼ା, ମିଠେଇ ପ୍ରସ୍ତୁତକାରୀ ଶୃଦ୍ରଜାତି ବିଶେଷ —A Ṡūdra caste of sweetmeat-makers.
[ଦ୍ରଷ୍ଟବ୍ୟ —ଏମାନେ ନାଗସାପ ବା କାଶ୍ୟପ ଗୋତ୍ରୀ, ଏମାନଙ୍କର ଚାରି ଜାତି; ଯଥା—ଭଦରଖି, ହଳଦିଆ, ଝୁମୁକା ଓ ମଇରା ଝୁମୁକାଜାତି ଛଡ଼ା ଅନ୍ୟ ତିନି ଜାତିର ସ୍ତ୍ରୀମାନେ ନାକରେ କିଛି ଅଳଙ୍କାର ପିନ୍ଧନ୍ତି ନାହିଁ ଏମାନଙ୍କ ମଧ୍ୟରେ ପିଲା ଓ ବଡ଼ କନ୍ୟା ଉଭୟ ବିବାହ ଚଳେ ଏମାନେ ହେଁସକାନିଆ ବା ହାଟୁଆ ଜାତିଆଣ ଭୋଜୀରେ ପୁରୁଷମାନେ ରାନ୍ଧନ୍ତି ଗଣେଶ ଏମାନଙ୍କର ଇଷ୍ଟଦେବତା ଓ ଗଣେଶ ଚତୁର୍ଥୀ ପ୍ରଧାନ ପର୍ବ ଏମାନଙ୍କ ଜାତିରେ ବେହେରା ଥାଏ ପାତକ ପ୍ରାୟଶ୍ଚିତ୍ତ ପ୍ରଭୃତି କାର୍ଯ୍ୟରେ ଆଗପତୁରିଆ ବା ବୈଷ୍ଣବ ଗୋସାଇଁ ଆଗେ ଖାଇଲେ ତାପରେ ଅନ୍ୟମାନେ ଖାଆନ୍ତି ଏମାନଙ୍କ ମଧ୍ୟରେ ପ୍ରଚଳିତ ସାହି ଓ ପରଗଣା ନେଇ ସାହି ସଭା ଓ ପରଗଣା ସଭା ହୁଏ
ହଳଦିଆ ହଳଦୀ ଚାଷ କରନ୍ତି ଓ ଝୁମୁକା ଝୁମ୍ଝୁମ୍ କରି ଦ୍ୱାରେ ଦ୍ୱାରେ ବୁଲି ମୁଢ଼ି ଉଖୁଡ଼ା ବିକନ୍ତି]
ଶାସ୍ତ୍ର ଅନୁସାରେ ଗୁଡ଼ିଆମାନେ ବର୍ଣ୍ଣସଙ୍କର ଜାତି, ପିତା ବୈଦେହ ମାତା ମୈତ୍ରେୟ]