ଗୁଣ

ଉଇକିଅଭିଧାନ‌ରୁ

ଗୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଣ୍ ଧାତୁ+ କର୍ମ. ଅ)[ସମ୍ପାଦନା]

୧. ବସ୍ତୁ ବା ଜୀବର ପ୍ରାକୃତିକ ଧର୍ମ —୧. Property; quality; attribute.
୨. ପ୍ରାଚୁର୍ଯ୍ୟ; ଆଧିକ୍ୟ — ୨. Excess; aboundance.
୩. (+ ଭାବ. ଅ)—ଉତ୍କର୍ଷ —୩. Excellence; accomplishment; advantage.
୪. ସୁଗୁଣ —୪. Virtue; good quality.
୫. ପୁନରାବୃତ୍ତ; ଆବୃତ୍ତି —୫. Recital; repetition.
୬. ତ୍ୟାଗ —୬. Giving up; abandonment.
୭. ବସ୍ତୁର ଇନ୍ଦ୍ରିୟଗ୍ରାହ୍ୟ ଧର୍ମ (ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ) —୭. The state of being perceived by the senses.
୮. ସୁଫଳ; ଉପକାର —୮. Benefit; efficacy.
୯. (ସାଂଖ୍ୟ ଦର୍ଶନ) ସତ୍ୱ, ରଜଃ ଓ ତମଃ ଏହି ୩ ଗୁଣ — ୯. The three natural elements or ingredients (good, midding and bad), composing primordial matter in Sāṁkhya philosophy.

[ଦ୍ରଷ୍ଟବ୍ୟ —ସାଂଖ୍ୟକାର ୩ଟି ଗୁଣ ମାନି ଅଛନ୍ତି, ସତ୍ୱ, ରଜଃ ଓ ତମଃ ଏହି ୩ ଗୁଣର ସାମ୍ୟାବସ୍ଥାକୁ ପ୍ରକୃତି କହନ୍ତି; ପ୍ରକୃତିରୁ ସୃଷ୍ଟିର ବିକାଶ ହୋଇଅଛି ସତ୍ୱଗୁଣ, ହାଲୁକା ଓ ପ୍ରକାଶକ, ରଜୋଗୁଣ ଚଞ୍ଚଳ ଓ ପ୍ରବର୍ତ୍ତକ, ତମୋଗୁଣ ଭାରୀ ଓ ରୋଧକ ଅଟେ ବୈଶେଷିକ ଦର୍ଶନାକାର ଗୁଣକୁ ଦ୍ରବ୍ୟର ଆଶ୍ରିତ ବୋଲି ମାନ ଅଛନ୍ତି ରୂପ, ରସ, ଗନ୍ଧ, ସ୍ପର୍ଶ, ସ୍ନେହ, ସାଂସିଦ୍ଧିକ ଦ୍ରବତ୍ୱ, ବେଗ, ଗୁରୁତ୍ନ, ପରତ୍ୱ, ଅପରତ୍ୱ, ଏମାନ ମୂର୍ତ୍ତ ଦ୍ରବ୍ୟରଗୁଣ; ବୁଦ୍ଧି, ସୁଖ, ଦୁଃଖ, ଇଚ୍ଛା, ଦ୍ୱେଷ, ପ୍ରଯନ୍ନ, ଧର୍ମ, ଅଧର୍ମ, ଭାବନା, ଶବ୍ଦ ଏମାନ ଅମୂର୍ତ୍ତ ଦ୍ରବ୍ୟର ଗୁଣ; ସଂଖ୍ୟା, ପରିମାଣ, ପୃଥକ୍ତ୍ୱ, ସଂଯୋଗ, ବିଭାଗ ଏମାନ ମୂର୍ତ୍ତ ଓ ଅମୂର୍ତ୍ତ ଦ୍ରବ୍ୟର ଗୁଣ ଗୁଣ ୨ ପ୍ରକାର— ବିଶେଷ ଓ ସାମାନ୍ୟ; ରୂପ, ରସ, ଗନ୍ଧ, ସ୍ପର୍ଶ, ସ୍ନେହ, ସାଂସିଦ୍ଧିକ ଦ୍ରବତ୍ୱ, ବୁଦ୍ଧି, ସୁଖ, ଦୁଃଖ, ଇଚ୍ଛା, ଦ୍ୱେଷ, ପ୍ରଯନ୍ନ, ଧର୍ମ, ଅଧର୍ମ, ଭାବନା ଓ ଶବ୍ଦ ଏମାନ ବିଶେଷଗୁଣ, ଅର୍ଥାତ୍ ଏ ଗୁଣମାନଙ୍କଦ୍ୱାରା ଦ୍ରବ୍ୟମାନଙ୍କର ଭେଦ ଜଣା ଯାଏ; ସଂଖ୍ୟା, ପରିମାଣ, ପୃଥକ୍ତ୍ୱ, ସଂଯୋଗ, ବିଭାଗ, ପରତ୍ୱ, ଅପରତ୍ୱ, ଗୁରୁତ୍ୱ, ନୈମିତ୍ତିକ ଦ୍ରବତ୍ୱ, ବେଗ ଏମାନ ସମାନ୍ୟ ଗୁଣ ଦ୍ରବ୍ୟ ଗୁଣମାନଙ୍କର ଆଶ୍ରୟ ହୋଇ ପାରେ, କିନ୍ତୁ ଗୁଣ କୌଣସି ଦ୍ରବ୍ୟର ଆଶ୍ରୟ ହୋଇ ନ ପାରେ ହିନ୍ଦୀ - ଶବ୍ଦସାଗର]

୧. (କାବ୍ୟାଳଙ୍କାର) ରସର ଧର୍ମ — ୧୦. (rhetoric) The inherent quality of a sentimeṇt.

[ଦ୍ରଷ୍ଟବ୍ୟ —ଏହା ରସ ଓ ରଚନାର ପରିପୋଷକ ଓ ଶ୍ରବଣେନ୍ଦ୍ରିୟର ଆନନ୍ଦଦାୟକ ଧର୍ମ ଏହାଦ୍ୱାରା ପଦସନ୍ଦର୍ଭର ସୌକୁମାର୍ଯ୍ୟ, ଓଜସ୍ୱିତା ଓ ପ୍ରସନ୍ନତା ବ୍ୟକ୍ତି ହୁଏ; ଏହି ଗୁଣ ତିନି ଗୋ଼ଟି, ଯଥା—ମାଧୁର୍ଯ୍ୟ, ଓଜଃ ଓ ପ୍ରସାଦ]

୧୧: (ବ୍ୟାକରଣ) ସ୍ୱରବର୍ଣ୍ଣର ପରିବର୍ତ୍ତନବିଶେଷ — ୧୧. (Sanskrit grammer) Change of certain vowels to other vowels or sounds.

[ଦ୍ରଷ୍ଟବ୍ୟ —ଯଥା—ଇ, ଈ ସ୍ଥାନରେ ଏ; ଉ, ଊ ସ୍ଥାନରେ ଓ; ର୍ ସ୍ଥାନରେ ଅର୍ ଓ /?/ ସ୍ଥାନରେ ଅଲ; କୃ ଧାତୁ+ ଅନ, ଏଠାରେ କୃ ଧାତୁରେ ଥିବା ଋକାର ଗୁଣ ହୋଇ ଅର୍ ହୋଇ କର୍ ହେଲା; କର୍+ ଅବ= କରଣ]

୧୨: (ଗଣିତ) ଏକ ଅଙ୍କଦ୍ୱାରା ଅନ୍ୟ ଅଙ୍କର ପୂରଣ କ୍ରିୟା — ୧୨. (arithmetic) Multilplication.

୧୩: (ଗଣିତ) ବହୁ ରାଶିର ଗୁଣଫଳ — ୧୩. (arithmetic) Multiple.

୧୪: ସୂତ୍ର; ରଜ୍ଜୁ —୧୪. Thread; cord; rope.

୧୫: ଧନୁର ସୁତ୍ର; ଜ୍ୟା — ୧୫. The string of a bow; bow-string.


୧୬: (ଗଣିତ) ଗୁଣକ — ୧୬. (arithmetic) Multiplier.

(ଯଥା—୨ ସଂଖ୍ୟାରେ ୫ର ୪ ଗୁଣ ଅଟେ)

୧୭: ଜ୍ୟାମିତି) ବୃତ୍ତଖଣ୍ଡର ଜ୍ୟା — ୧୭. (geometry) The chord of an arc.

୧୮: ଇନ୍ଦ୍ରିୟ —୧୮. Organ of perception.

୧୯: ଉପାୟ — ୧୯. Expedient; course of action.

୨. ଅଭ୍ୟାସ —୨୦. Habit.

୨୧: ବୃଦ୍ଧି —୨୧. Increase.

୨୨: ତିନି ସଂଖ୍ୟା —୨୨. The number '୩'

୨୩: ଅଂଶ; ଭାଗ —୨୩. Part.

୨୪: (ବ୍ୟାକରଣ) ବିଶେଷଣ — ୨୪. (grammar) Adjective.

୨୫: ସୁଧ —୨୫. Interest.

୨୬: କୁକୁଡ଼ା —୨୬. A cock.

୨୭: ନୌକା ଟାଣିବାର ରଜ୍ଜୁ — ୨୭. Towing line for a boat.

୨୮: ବାର ବା ଥର —୨୮. Time.

(ଯଥା—ତିନି ଗୁଣ, ପାଖ ଗୁଣ ଇତ୍ୟାଦି)

୨୯: ବିଦ୍ୟା; କଳା —୨୯. Learning; art.

୩. ଶରୀରସ୍ଥ କଫ ବାତ ପିତ୍ତାଦି ଧାତୁ — ୩୦. The ୩ humours of the body.

୩୧: (ଦଣ୍ଡନୀତି) ସନ୍ଧ, ବିଗ୍ରହ, ଯାନ, ଆସନ, ଦ୍ୱୈଧ ଓ ଆଶ୍ରୟ, ପରରାଷ୍ଟ୍ର ସଙ୍ଗେ ବ୍ୟବହାର କରିବାର ଏହି ଛଅ ଗୋଟି ଉପାୟ — ୩୧. The ୬ expedtents which a king should pursue to deal with foreign kings according to the Hindu political economy.

୩୨: ସ୍ରକ୍; ମାଳା —୩୨. Necklace.

୩୩: (+କର୍ତ୍ତୃ. ଅ) ଭୀମସେନ — ୩୩. A name of Bhīma.

୩୪: ପାଚକ —୩୪. Cook.

୩୫: ନୈପୁଣ୍ୟ; ପ୍ରବୀଣତା —୩୫. Skill; proficiency.

୩୬: ଅଧିକାର; ପ୍ରଭାବ —୩୬. Influence; control.

୩୭: ପ୍ରବ଼ତି —୩୭. Nature.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ହେତୁ; କାରଣ —Cause; reason.

କି ଗୁଣେ ସେ କି ଗୁଣେ ଗୁନ୍ଥିଲେ ଗ୍ରନ୍ଥି ଗୁଣେ ରଖିଲେ ଗୁରୁ କରୁଣ୍ଟକେ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ