Jump to content

ଗୁଣା

ଉଇକିଅଭିଧାନ‌ରୁ

ଗୁଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀମାନଙ୍କର ନାକରେ ପିନ୍ଧାଯିବା ବର୍ତ୍ତୁଳାକାର ଅଳଙ୍କାର ବିଶେଷ —୧. A round ornament for the nose.

ବେନି ପୁଟରେ ତା ଗୁଣା ନାକଚଣା ଅଛି, ନାସାଦଣ୍ଡି ଫୋଡାଇ ଗୁଣାଏ ଲଗାଯାଇଛି ଭଞ. ଲାବଣ୍ୟବତୀ

[ଦ୍ରଷ୍ଟବ୍ୟ — ଏହା ଅନେକ ପ୍ରକାର ଯଥା—ଖଣ୍ଡିଗୁଣା, ମାଠଗୁଣା, ଫୁଲଗୁଣା, ମୟୁରବସାଗୁଣା ଓ ଯାଉଁଳିଗୁଣା ]

୨. (ସଂସ୍କୃତ - ଗୁଣ) ବନ୍ଧୁକ ନଳିକୁ କାଠଖୋଳ ବା କୁନ୍ଦା ସଙ୍ଗେ ଭିଡି ଧରିବା ବଳୟ —୨. A broad ring put round a gun-barrel to keep it attached to the stock.
୩. ବୀଣାପ୍ରଭୃତିର ତାର —୩. String of harp or other stringed instruments.

କବିତ୍ୱ ଅଂଶ ସରସ୍ୱତୀ ବୀଣା, କବିତ୍ୱ ଚିତ୍ତ ଅଟେ ତହିଁ ଗୁଣା— ପ୍ରାଚୀ. ରହସ୍ୟମଞରୀ

୪. (ଗଣିତ) ଗୁଣନର ସାଙ୍କେତିକ ଚିହ୍ନ (ଯଥା—x) — ୪. (arithmatic) The sign of multiplication.
୫.

ଅନୁବାଦ

[ସମ୍ପାଦନା]

ଅଗରୁ ଜାତୀୟ ବୃକ୍ଷବିଶେଷ — ୫. Excaecaria Agollocha (tree) (Kirtikar)

[ଦ୍ରଷ୍ଟବ୍ୟ —ଏହା ଗୋଟିଏ କ୍ଷୁଦ୍ର ବୃକ୍ଷ ଏହାର ପତ୍ର ଚିରଶ୍ୟାମଳ; ଫୁଲ ହଳଦିଆ ଓ ସୁଗନ୍ଧ ଭାରତ ଉପକୂଳସ୍ଥ ଅଧିକାଂଶ ଜଙ୍ଗଲରେ ଏହା ଦେଖାଯାଏ ]

୬. (ଗଣିତ) ଗୁଣଫଳ —୬. (Arithmetic) Product.


ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଗଣିତ) (ଅନ୍ୟ ସଂଖ୍ୟାବାଚକ ଶଦ୍ଦ ସଙ୍ଗେ ବ୍ୟବହୃତ ହେଲେ) ଗୁଣିତକ — (Arithmetic) Times of another Smaller number.

(ଯଥା— ୨ ସଂଖ୍ୟା ୫ର ଚାରିଗୁଣା ଅଟେ )