ଗୁଣିବା
ଦେଖଣା
ଗୁଣିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗୁଣ୍ ଧାତୁ)
[ସମ୍ପାଦନା]- ୧. ଗୁଣନ କରିବା — ୧. To multiply.
- ୨. ମନେ ମନେ ବହୁଥର ବିଚାର କରିବା — ୨. To think again and again.
ଏରୂପ ସଭା ମୁଖୁଁ ଶୁଣି ମୁଁ ଏହା ମନେ ମନେ ଗୁଣି ଭୂପତି. ପ୍ରେମପଞ୍ଚାମୃତ
- ୩. ଗୁଣୁଗୁଣୁ ଶଦ୍ଦରେ ପୁନଃ ପୁନଃ ପାଠ କରିବା — ୩. To read and re-read in an undertone. to mutter; to reprat in a low voice.
କି ରୂପେ ଗୁଣନ୍ତି ସୁମରି—ଭୂପତି ପ୍ରେମପଞ୍ଚାମୃତ.
- ୪. ଆବୃତ୍ତି କରିବା —୪. To recite.
ପୁରାଣ ବେଦକୁ ତ ଶୁଣିଛ ନରେଶ ତା ଗୁଣ ଗୁଣି କରି କର ଏ ଶୋକ ବିନାଶ କୃଷ୍ଣସିଂହ. ମହାଭାରତ.ଶଲ୍ୟ
- ୫. ସୁମରିବା; ସ୍ମରଣ କରିବା — ୫. To call to mind.
ତୋ ଗୁଣ ଗୁଣି କାନ୍ଦିଲି ବଇଦେହୀ କୃଷ୍ମସିଂହ ମହାଭାରତ ବନ
- ୬. ସ୍ତୋତ୍ର ଓ ସ୍ତବ ଆଦି ପାଠ କରିବା — ୬. To recite hymns and psalms; to mutter hymns.