ଗୁତା
ଦେଖଣା
ଗୁତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋତା=ପାଣିରେ ବୁଡ଼ିବା କ୍ରିୟା; ହିନ୍ଦୀ - ଶଦ୍ଦସାଗର)
[ସମ୍ପାଦନା]- ୧. ଲୁଚୁକାଳି ଖେଳ — ୧. The game of hide-and-seek.
- ୨. ପାଣିରେ ବୁଡ଼ିକରି ଲୁଚିବା —୨. Hiding one's self by diving in water.
ପ୍ରାଦେଶିକ - (ଗଞ୍ଜାମ)ବୈଦେଶିକ - (ତେଲଗୁ) ବିଶେଷ୍ୟ - (ତୁଳ. ହିନ୍ଦୀ - ଗୁତ୍ତା)
[ସମ୍ପାଦନା]- ୧. ଭୂମିରୁ ଉତ୍ପନ୍ନ ଶସ୍ୟାଦିର ପରିମାଣ ଓ ତହିଁରୁ ରାଜାଙ୍କୁ ଦେୟ ଅର୍ଦ୍ଧାଂଶ ଅନୁମାନଦ୍ୱାରା ସ୍ଥିର କରିବା; କୁତ; ଦେଖାମଣାଦ୍ୱାରା ରାଜଙ୍କୁ ଦେୟ ଭାଗ ସ୍ଥିର କରିବା — ୧. Rough estimate of the produce and produce-rent of a corn-field payable to the landlord; appraisement of the produce of land for ascertainment of the produce-rent payable to the landlord.
- ୨. ଶଗଡ଼ର ଯୁଆଳିକୁ ଝୁରାମୁଣ୍ଡି ସଙ୍ଗେ ଯେଉଁ ଚମ ବା କାତ ଦଉଡ଼ି ଦ୍ୱାର ବନ୍ଧାଯାଏ; ନନ୍ଧାଦଉଡ଼ି — ୨. The rope binding the yoke to the tapering end of the beams of a bullock- cart.
- ୩. ବର୍ଷକୁ ବର୍ଷ ଆମ୍ୱଗଛଆଦିର ଉତ୍ପନ୍ନ ଫଳାଦି ପାଇଁ ଭୂସ୍ୱାମୀ ଅନ୍ୟ ବ୍ୟକ୍ତିକୁ ଯେଉଁ ପଟା ଦିଅନ୍ତି — ୩. Yearly lease of the fruits or yield of a field.