ଗୁପ୍ତି
ଦେଖଣା
ଗୁପ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୁପ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ରକ୍ଷଣ — ୧. Protection; preservation.
- ୨. ପହରା; ଜଗିବା —୨. Guarding.
- ୩. ଘୋଡ଼ାଇବା —୩. Covering; sheathing.
- ୪. ଗୋପନ —୪. Hiding; concealment.
- ୫. ଗୁପ୍ତସ୍ଥାନ —୫. Hidden place.
- ୬. (+ଅଧିକରଣ. ତି) ଗାତ; କନ୍ଦର; ଭୂଗର୍ଭ; ଭୂମିର ଗହ୍ୱର —୬. Den; cavern; hole in the ground.
- ୭. ରକ୍ଷଣାର୍ଥ ନିର୍ମିତ ଦୁର୍ଗ ଓ ପ୍ରାକାରାଦି — ୭. Fortification; defensive works.
- ୮. କାରାଗାର —୮. Prison.
- ୯. ବାଧା ପ୍ରଦାନ —୯. Checking; stoppage.
- ୧. ରଥ ଓ ନୌକାଦିର ଗର୍ଭ — ୧୦. The inside or hold of a car or boat.
୧୧: (+କର୍ତ୍ତୃ. ତି) ଯମ — ୧୧. J̄ama; the Hindu God of death.
୧୨: ଜାହାଜରେ ହେବା ଛିଦ୍ର ବା ଫାଟ — ୧୨. A leak in a ship.
ଦେଶଜ - ବିଶେଷ୍ୟ - (ଏହା ଯଷ୍ଟି ମଧ୍ୟରେ ଗୁପ୍ତ ଥିବାରୁ)
[ସମ୍ପାଦନା]- ୧. ଯଷ୍ଟି ବା ବା଼ଡ଼ି ମଧ୍ୟରେ ଗୋପନରେ ରକ୍ଷିତ ଅସ୍ତ୍ର ବା ସରୁଆ ତରବାରି —୧. A thin and long sword hidden inside a stick.
- ୨. ଗୁପ୍ତି ବାଡ଼ି; ଯେଉଁ ଯଷ୍ଟି ବା ବାଡ଼ି ମଧ୍ୟରେ ଅସ୍ତ୍ର ବା ସରୁଆ ତରବାରି ଗୁପ୍ତଭାବରେ ଥାଏ — ୨. Sword-stick.
କକ୍ଷ ତଳେ ତୀକ୍ଷ୍ଣ ଗୁପ୍ତି ଗୁପତେ ପୁରାଇ—ରାଧାନାଥ. ମହାଯାତ୍ରା