Jump to content

ଗୋଚର

ଉଇକିଅଭିଧାନ‌ରୁ

ଗୋଚର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୋ+ଚର ଧାତୁ+ଅଧିକରଣେ. ଅ; ବା ବହୁବ୍ରୀହି; ଗୋ+ଚର)

[ସମ୍ପାଦନା]
୧. ଗୋରୁ ଚରିବା ଭୂମି; ଗୋଚାରଣଭୂମି —୧. Pasturage; pasture; grazing field for cattle.
୨. ଇନ୍ଦ୍ରିୟ ଗ୍ରାହ୍ୟବସ୍ତୁ — ୨. A thing perceptible by the senses.
୩. ସାକ୍ଷାତ୍କାର — ୩. Direct touch or preception.

ଶୁଣେ ରାଧିକା ଗୋଚରେ ଗୋବିନ୍ଦ ବେଗେ ସମର୍ପିଲେବ ରାୟେ ନନ୍ଦ ପ୍ରାଚୀ. ରସବାରିଧି

୪. ଇନ୍ଦ୍ରିୟ ଗ୍ରହଣର ସୀମା — ୪. Ken or range of preception.
୫. ଇନ୍ଦ୍ରିୟଦ୍ୱାରା ଅନୁଭୂତି — ୫. Perception; direct knoledge.
୬. (ଜ୍ୟୋତିଷ)—ଗ୍ରହର ତାତ୍କାଳିକ ସଞ୍ଚାର — ୬. (astrology) The presence or position of a planet in any sign which is that of a person's nativity.
୭. ସ୍ଥାନ; ଦେଶ —୭. Tract of country.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ଭୂମିରେ ଗୋରୁ ଚରନ୍ତି — ୧. (land) Grazed over by cattle.
୨. (ସମାସରେ) ବାସକାରୀ —୨. Dwelling in.
୩. (ସମାସରେ) ବିଚରଣକାରୀ —୩. Frequenting.
୪. (ସମାସରେ) ଇନ୍ଦ୍ରିୟର ବିଷୟୀଭୂତ — ୪. Perceptible to a sense; within the ken of one's senses.

(ଯଥା—ଶ୍ରୁତିଗୋଚର, ଦୃଷ୍ଟିଗୋଚର, ଇନ୍ଦ୍ରିୟଗୋଚର)

୫. ଅବଗତ; ଜ୍ଞାତ ହୋଇଥିବା —୫. Informed.

ଟପାଥିବା ଚର ବଚନୂ ଗୋଚର ଯେତେ ସମାଚାର ଗୋପେ କବିସୂର୍ଯ୍ୟ. କିଶୋରୀଚମ୍ପ.ଟ ଗୀତ

୬. ଆଶ୍ରିତ; ସ୍ଥିତ —୭. Situatein.


ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉପସ୍ଥିତି —Presence.

ନ ଦେଖି କୃଷ୍ନର ଗୋରର ହୃଦେ ହୋଇରେ ଚମତ୍କାର ଜଗନ୍ନାଥ, ଭାଗବତ