Jump to content

ଗୋଦାନ

ଉଇକିଅଭିଧାନ‌ରୁ

ଗୋଦାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଦାନ)

[ସମ୍ପାଦନା]
୧. ଧର୍ମାର୍ଥ ବ୍ରାହ୍ମଣକୁ ଗୋରୁ ଦାନ କରିବା — ୧. A pious gift of a cow to a Brāhamaṇa.

[ ଦ୍ର—ମରଣାନ୍ତେ ନରକର ବୈତରଣୀକୁ ଗୋରୁ ଲାଙ୍ଗୁଡ଼ ଧରି ଅକ୍ଳେଶରେ ପାରି ହେବା ଆଶାରେ ମୃତ୍ୟୁର ପ୍ରାକ୍କାଳରେ ଗୋଦାନ କରିବାର ବିଧି ଅଛି ]

୨. କେଶାନ୍ତ; ଦ୍ୱିଜାତି ବାଳକର କେଶଚ୍ଛେଦନରୂପ ସଂସ୍କାର ବିଶେଷ —୨. One of the rituals (shearing of the hair of the head) performed on a boy of the twice born castes amongst the Hindus.

[ ଦ୍ର—ବିବାହ ପୂର୍ବରୁ ଏ ସଂସ୍କାର ଅନୁଷ୍ଠିତ ହୁଏ ବ୍ରାହ୍ମଣ ବାଳକର ୧୬: ବର୍ଷ, କ୍ଷତ୍ରିୟର ୨୨: ବର୍ଷ ଓ ବୈଶ୍ୟର ୨୪: ବର୍ଷ ବୟସରେ ଏ ସଂସ୍କାର କରାଯାଏ ହିନ୍ଦୀ - ଶବ୍ଦସାଗର ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଗୋରୂପ ଦାନ) ଦାନ ଦିଆଯିବା ଗୋରୁ — A cow given as a gift.

ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, କନ୍ଧି ହସ୍ତରେ ଦେଲି ଗୋଦାନ ଟେକି ଯଦୁମଣି ରହସ୍ୟ