ଗୋପବନ୍ଧୁ ଦାସ
ଗୋପବନ୍ଧୁ ଦାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ସ୍ୱର୍ଗତ ପ୍ରସିଦ୍ଧ ନେତା — The late patriot of Orissa.
[ଦ୍ରଷ୍ଟବ୍ୟ —ଏ ୧୮୭୭: ସାଲରେ ପୁରୀଜିଲ୍ଲାର ସତ୍ୟବାଦୀ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ; ବିଶେଷ୍ୟ - ଏ. ଓ ବିଶେଷ୍ୟ - ଏଲ୍. ପାଶ୍ କରିସାରି ଦିନାକେତେ ଭିନ୍ନ ଭିନ୍ନ ସ୍ଥାନରେ ଓକିଲାତି କରି, ଶେଷକୁ ଓକିଲାତି ଛାଡି ଦେଶସେବାରେ ଆତ୍ମନିୟୋଗ କରିଥିଲେ ସତ୍ୟବାଦୀ ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟକୁ ଏ ୧୯୧: ସାଲରେ ବସାଇ ଥିଲେ ଏବଂ ସରକାରୀ ବ୍ୟବସ୍ଥାପକ ସଭାର ମେମ୍ୱର ଥାଇ ଦେଶର ଅଭାବ ଅସୁବିଧା ଓ ଦେଶବାସୀଙ୍କର ଭିନ୍ନ ଭିନ୍ନ ଅଭିଯୋଗମାନ ସରକାରଙ୍କୁ ଶୁଣାଇଥିଲେ ଏ ୧୯୧୯: ସାଲରେ ନିଜପ୍ରତିଷ୍ଠିତ'ସମାଜ' ପତ୍ରିକାଦ୍ୱାରା ଦେଶରେ ଜାତୀୟଭାବ ପ୍ରସାର କରିଥିଲେ ୧୯୨୧: ସାଲରେ ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ତହିଁରେହିଁ ପ୍ରାଣପଣ ଲାଗି ୧୯୨୭: ଜୁନମାସ ୧୭: ତାରିଖରେ ଇହଲୀଳା ସମ୍ୱରଣ କରିଥିଲେ ସେ ତ୍ୟାଗୀ, ଦୟାଶୀଳ, ସହିଷ୍ଣୁ ଓ ସାହିତ୍ୟସେବୀ ଥିଲେ ଅସହଯୋଗ ଆନ୍ଦୋଳନରେ ଯୋଗଦେବା ଫଳରେ ଏ ସତ୍ୟବାଦୀ ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିବାକୁ ଯାଇ ଉକ୍ତ ବିଦ୍ୟାଳୟର ଧ୍ୱଂସ ଏହାଙ୍କ ଜୀବଦ୍ଦଶାରେ ଘଟିଥିଲା ]