ଗୋପାଳୁଣୀ
ଦେଖଣା
ଗୋପାଳୁଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଗଉଡୁଣୀ — ୧. A milk-maid.
ତାହାକୁ ପୁତ୍ର ପ୍ରାୟେ ମଣି, ପଛେ ଧାମଇଁ ଗୋପାଳୁଣୀ ଜଗନ୍ନାଥ. ଭାଗବତ
- ୨. ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉତ୍ତରରେ ବେଢା ମଧ୍ୟରେ ଗୋଟିଏ ଛୋଟ ଚୂନାବୋଳା ଦେଉରେ ପୂଜା ପାଉଥିବା ଭଗବତୀ ଦେବୀଙ୍କ ମୂର୍ତ୍ତି; ଭୁବନେଶ୍ୱରୀ — ୨. An image of Bhagabati Worhipped in a small temple to the north of Liṅgarāja Temple at Bhubaneṡwara.
[ଦ୍ରଷ୍ଟବ୍ୟ —ଏ ଦେଉଳରେ ଗଢଣ ଭୁବନେଶ୍ୱର ଲିଙ୍ଗରାଜଙ୍କ ଦେଉଳର ଗଢ଼ଣଠାରୁ ପୃଥକ ଏହା ଅପେକ୍ଷାକୃତ ନୂତନ ଅସଲ ମୂର୍ତ୍ତି ଉପରେ ଗୋଟିଏ ପଥରର ଫମ୍ପା ରୂପ ଖୋଳା ହୋଇ କରାଳ (ବା ଅଠା)ଦ୍ୱାରା ମଡା ହୋଇ, ସେହି ପଥରେ ଖୋଳା ପୂଜା ପାଉଅଛି ଏକମ୍ରପୁରାଣରେ କଥିତ ହୋଇଅଛି ଯେ ଏକାମ୍ରେଶ୍ୱରଙ୍କ ଲିଙ୍ଗ ଉପରେ ଗୋଟିଏ ଗୋରୁଠାରୁ ଦୁଗ୍ଧର ଧାର ସବୁଥିଲା ଭଗବତୀ ସେ ଗାଈକି ପାଳିଥିବାରୁ ତାଙ୍କର ନାମ 'ଗୋପାଳୁଣୀ' (ସଂସ୍କୃତ - ଗୋପାଳୀ ଭଗବତୀଙ୍କ ପ୍ରାଣୟପ୍ରାର୍ଥୀ କୀର୍ତ୍ତିବାସ ଦୈତ୍ୟକୁ ଭଗବତୀ ପାଦରେ ଚାପି ମାଇ ଦେଇଥିଲେ ଏବଂ ଏହି ଉପଲକ୍ଷେରେ ଦେବୀପାଦହରା ପୋଖରୀ ହୋଇଥିଲା—ଉତ୍କଳଖଣ୍ଡ ]