ଗୋମୂତ୍ର
ଦେଖଣା
ଗୋମୂତ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ମୂତ୍ର)
[ସମ୍ପାଦନା]- ୧. ଗୋରୁ ମୂତ — ୧. Cow's urine.
[ଦ୍ରଷ୍ଟବ୍ୟ —ଏହା ହିନ୍ଦୁଙ୍କ ଚକ୍ଷୁରେ ପବିତ୍ର ଅଟେ ପଞ୍ଚଗବ୍ୟର ଏହା ଗୋଟିଏ ଉପାଦାନ; ଏହା ଆଖିରେ ପକାଇଲେ ରାତ୍ରାନ୍ଧତା (ଅନ୍ଧାର— କଣା) ରୋଗ ଉପଶମ ହୁଏ]
- ୨. ପଦ୍ୟରଚନାର ପରିପାଟୀବିଶେଷ — ୨. An artistic mode of composing verses
[ଦ୍ରଷ୍ଟବ୍ୟ —ଗୋରୁମାନେ ଚାଲୁ ଚାଲୁ ମୂତିଲାବେଳେ, ଯେପରି ମୂତ୍ରଧାରା ଭୂମିରେ ସିଧା ରେଖା ଅଙ୍କିତ ନ କରି ବଙ୍କେଇ ବଙ୍କେଇ ହୋଇ ପଡ଼ିଥାଏ, ସେହିପରି କୌଶଳରେ କରା ଯାଇଥିବା ରଚନା ଏଥିରେ ପ୍ରଥମ ଧାଡ଼ିର ୧ମ, ୩ୟ, ୫ମ, ୭ମ, ୯ମ ଆଦି ଅକ୍ଷର ସଙ୍ଗେ ଦ୍ୱିତୀୟ ଧାଡ଼ିର ୨ୟ, ୪ର୍ଥ, ୬ଷ୍ଠୀ, ୮ମ, ୧ମ ଆଦି ଅକ୍ଷର- ମାନଙ୍କର ଏପରି ମେଳ ଥାଏ ଯେ ଉକ୍ତ ଅକ୍ଷରମାନଙ୍କୁ ଯୋଡ଼ିଲେ ଯେଉଁ ପଦ ହୁଏ, ତାହାହିଁ ପ୍ରଥମ ଧାଡ଼ି, ପୁଣି ଦ୍ୱିତୀୟଧାଡ଼ି ଓଲଟା ବାଗରେ ଏହିପରି ପଢ଼ାଯାଏ, ଯଥା ===
ଦର ଚ ୟ ହର ଧୀର ପ୍ର ଶଂ ସା ର, ସାର ଆ ୟ କର କର ଏସଂସ୍କୃତ - ସାର ଭଞ୍ଜ. ଲାବଣ୍ୟବତୀ