ଗୋମେଦ
ଦେଖଣା
ଗୋମେଦ
ଉଚ୍ଚାରଣ
[ସମ୍ପାଦନା]- ଅନ୍ୟ ସଂସ୍କୃତ - ନାମ— ରାହୁମଣି, ରାହୁରତ୍ନ, ତମୋମଣି, ସ୍ୱର୍ଭାନବ, ଲିଙ୍ଗସ୍ଫଟିକ
ସଂସ୍କୃତ - ବିଶେଷ୍ୟ - (ଗୋ=ଚକ୍ଷୁ+ମିଦ୍ ଧାତୁ=ସ୍ନିଗ୍ଧ ହେବା+କରଣ. ଅ)
[ସମ୍ପାଦନା]- ୧. ରକ୍ତପୀତବର୍ଣ୍ଣ ମଣିବିଶେଷ — ୧. Topaz (gem).
[ଦ୍ରଷ୍ଟବ୍ୟ —ବର୍ଣ୍ଣଭେଦରେ ଏହା ଚାରିପ୍ରକାର— ଧଳା, ଈଷତ୍ ହଳଦିଆ, ନାଲି ଓ ଗାଢ଼ ନୀଳବର୍ଣ୍ଣ; ଏହା ନବରତ୍ନ ମଧ୍ୟରେ ଏକତମ ଏହା ହିମାଳୟ ପର୍ବତ ଓ ସିନ୍ଧୁନଦୀରେ ମିଳେ ସୁଶ୍ରୁତ- ମତରେ ଗୋଳିପାଣିରେ ଏ ମଣି ପକାଇଲେ ପାଣି ନର୍ମଳ ହୁଏ ଏ ମଣି ରାହୁଗ୍ରହଙ୍କ ପ୍ରିୟ ମଣି ହିନ୍ଦୀ - ଶବ୍ଦସାଗର]
- ୨. ବୈଦୁର୍ଯ୍ୟମଣି —୧. Agate.
- ୩. ଦେହରେ ତୈଳାଦି ଲେପନ — ୩. Annointing or besmearing the body with unguents.
- ୪. ପ୍ରାଚୀନ ଭାରତର ଦ୍ୱୀପବିଶେଷ — ୪. Name of an island in ancient India.
- ୫. ଶିତଳଚିନି (ହିନ୍ଦୀ - ଶବ୍ଦସାଗର) —୫. Cubebs.