Jump to content

ଗୋରୋଚନା

ଉଇକିଅଭିଧାନ‌ରୁ

ଗୋରୋଚନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଗୋ+ ରୋଚ୍ ଧାତୁ= ଦୀପ୍ତି ପାଇବା+ କରଣ. ଅନ+ସ୍ତ୍ରୀ. ଆ)

[ସମ୍ପାଦନା]

ମଲା ଗୋରୁର ପିତ୍ତ ବା ମସ୍ତକରୁ ପ୍ରାପ୍ତ ପୀତବିର୍ଣ୍ଣ ବସ୍ତୁ —A bright yellow pigment found in the bile or head of a dead cow.

[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ଏହାକୁ ଘୋରି ଚନ୍ଦନ ଓ ସିନ୍ଦୁର ପରି କପାଳରେ ଚିତା ଘେନନ୍ତି ଏହା ଗୋଟିଏ ମାଙ୍ଗଳିଆ ଦ୍ରବ୍ୟରୂପେ ପରିଗଣିତ ଓ ଅଷ୍ଟଗନ୍ଧର ଅନ୍ତର୍ଗତ ଶିଶୁମାନଙ୍କ ଶର୍ଦ୍ଦି, ଜ୍ୱର ଓ ଦୃଷ୍ଟିଦୋଷ ନାଶ କରିବା ପାଇଁ ଏହାକୁ ଲୋକେ ଘୋରାସଜ ସଙ୍ଗେ ଘୋରି ଶିଶୁଙ୍କୁ ଖୁଆନ୍ତି ଓ ଶିଶୁମାନଙ୍କ କପାଳରେ ଚିତା ଦିଅନ୍ତି ତନ୍ତ୍ର ମତରେ ଏହା ମଙ୍ଗଳଜନକ, କାନ୍ତିବର୍ଦ୍ଧକ, ଦାରିଦ୍ର୍ୟ— ନାଶକ ଓ ବଶୀକରଣର ଉପଚାର ବୈଦ୍ୟକ ମତରେ ଏହା ଶୀତଳ ଏବଂ ବିଷଦୋଷ, ଉନ୍ମାଦ, ଗର୍ଭସ୍ରାବ, ନେତ୍ରରୋଗ, କୃମି, କୁଷ୍ଠ ଓ ରକ୍ତଦୋଷରେ ଉପକାରୀ ଓ ବୀର୍ଯ୍ୟବର୍ଦ୍ଧକ ଅଟେ କେହି କେହି କହନ୍ତି ଏହା ମଲା ଗୋରୁର ମୁଣ୍ଡରୁ ବାହାରେ, କେହି କେହି କହନ୍ତି ଏହା ମଲା ଗୋରୁର ହୃଦ୍ଦେଶସ୍ଥ ପିତ୍ତ ଅଟେ କେହି କେହି କହନ୍ତି ଏହା ମଲା ଗୋରୁର ମୂତ୍ରାଶୟରୁ ମିଳେ ଗୋରୋଚନା ଗାଢ଼ ହଳଦିଆ, ଦାନାଦାର୍ ଓ କଠିନ ଅଟେ]