Jump to content

ଗୋଳ

ଉଇକିଅଭିଧାନ‌ରୁ

ଗୋଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଡ୍ ଧାତୁ=ବେଷ୍ଟନ କରିବା; ବର୍ତ୍ତୂଳ କରିବା + କର୍ତ୍ତୃ. ଅ)

[ସମ୍ପାଦନା]
୧. ବର୍ତ୍ତୁ ଳାକାର ପିଣ୍ଡ — ୧. Round thing; globuler thing.
୨. ଖେଳିବା କନ୍ଦୁକ; ପେଣ୍ଡୂ —୨. Ball; play-ball.
୩. ମଣ୍ଡଳାକାର କ୍ଷେତ୍ର; ବୃତ୍ତ —୩. Circle.
୪. ଫିସାଦ୍; କୂଟଚକ୍ର —୪. Conspiracy; plot.
୫. ଆକାଶ ବା ପୃଥିବୀର ଚିତ୍ରାଙ୍କିତ ସର୍ବିବର୍ତ୍ତୁଳ ପିଣ୍ଡ; ଗୋଳଯନ୍ତ୍ର —୫. Globe; sphere.

(ଯଥା—ଖଗୋଳ; ଭୂଗୋଳ)

୬. ମଣ୍ଡଳ —୬. Circular mass.
୭. ଗୋଲାକାର ପୃଥିବୀ — ୭. The terrestrial globe.
୮. ପତିଙ୍କ ମୃତ୍ୟୁ ପରେ ଉପପତି ଔରସରେ ବିଧବା ଗର୍ଭରୁ ଜାତ ସନ୍ତାନ; କୁଣ୍ଡ; ବିଧବାର ଜାରଜ ପୂତ୍ର — ୮. A child begotten by a stranger on a widow; bastard child of a widow.
୯. ଶୂନ; ଶୂନ୍ୟ ସଂଖ୍ୟା —୯. Zero.
୧. ଗୃଗ୍ଗୁଳ; ଲୋଭାନ୍ —୧୦. Myrrh; bdellium.

୧୧: (ଜ୍ୟୋତିଷ) ଏକ ରାଶିରେ ଏକାଧିକ ଗ୍ରହର ଅବସ୍ଥାନ ବା ମିଳନ; ଗ୍ରହକୂଟ — ୧୧. (astrologhy) The presence or conjunction of more than one planet in one sign.

୧୨: ମଏଣ ଫଳର ଗଛ; ମଦନ ବୃକ୍ଷ (ଦେଖ) - ୧୨. Madana (tree) (See)

୧୩: ମାଟିର ଗୋଲାକାର ମାଠିଆ; ମୃତ୍ କୁମ୍ଭ (ହିନ୍ଦୀ - ଶବ୍ଦସାଗର) ୧୩. A round earthen pitcher.

୧୪: ବହୁ ଅସାଧ୍ୟ ପରିସ୍ଥିତିପୂର୍ଣ୍ଣ ଅବସ୍ଥା — ୧୪. Intricacy.

୧୫: (ଜ୍ୟୋତିଷ) ଏକ ରାଶିରେ ସବୁ ଗ୍ରହଙ୍କ ଅବସ୍ଥିତି — ୧୫. (astronomy) The conjunction of all the planets in one sign (M.W.)

୧୬: କଣ୍ଟକୀ ବୃକ୍ଷବିଶେଷ — ୧୬. Vangureria Spinosa (tree) (M.W.)

୧୭: ରୋମକ ସିନ୍ଧାନ୍ତୋକ୍ତ ଦେଶବିଶେଷ — ୧୭. Name of a country (M.W.)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଲ୍=କୋଳାହଳ; ଆରବୀ - ଗୁଲ୍= ଜନତା; ଫରାସୀ - ଗୋଲ୍=ମଣ୍ଡଳ; ଦଳ; ପହ୍ଲ)

[ସମ୍ପାଦନା]
୧. ବହୁ ସ୍ୱର ମିଶ୍ରିତ ଗୋଳମାଳ; କୋଳାହଳ — ୧. Noise due to a crowd; uproar.

କି ହେବା କି ହେଲା ବୋଲି ପଡ଼ିଗଲା ଚୌଦିଗେ ଗୋଲା ରାଧାନାଥ. ଭାଷା

୨. ଆର୍ଦ୍ଦୋଳି; ଉଚ୍ଚୈଃସ୍ୱରରେ ଅଳି —୨. Clamour.
୩. ଅସ୍ତବ୍ୟସ୍ତତା; ନିୟମରହିତ ସଂମିଶ୍ରଣ; ଗଡ଼ବଡ଼ି ===

ପଞ୍ଚଗ୍ରାସୀ ବିଳାଶଳ ବ୍ରତ ପୂର୍ଣ୍ଣକାଳ, ବିକାଶ ନ କରି ଓଷ୍ଣାମୃତଦ ଦୋଷ ଗୋଳ ଭଞ୍ଜ କୋଟିବ୍ରହ୍ମାଣ୍ଡସୂନ୍ଦରୀ

୪. ଆଜି; ବାରଂବାର ସନିର୍ବନ୍ଧ ପ୍ରାର୍ଥନା — ୪. Importunate and repeated request to get something.
୫. ମେଳି; ଉପଦ୍ରବ; ରାଜଦ୍ରୋହ — ୫. Rising in a kingdom; rebellion; mutiny.
୬. କଳହ; ଖଳବ —୬. Quarrel.

ନ ଜାଣି ତୁମ୍ଭେ ତାଙ୍କ ସଙ୍ଗେ କଲ ଗୋଳ—କୃଷ୍ଣସିଂହ. ମହାଭାରତ. ବନ

୭. ଜନତା; ମେଳା —୭. Crowd.
୮. ଉଚ୍ଚୈଃସ୍ୱରରେ ବାଦାନୂବାଦ — ୮. Noisy argument; wrangling.
୯. ଆରାଜକତା —୯. Anarchy.
୧. ଭୟଙ୍କର ଆନ୍ଦୋଳନ — ୧୦. Frightful agitation.