ଗୋଷ୍ପଦ
ଦେଖଣା
ଗୋଷ୍ପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ)
[ସମ୍ପାଦନା]- ୧. ଗାଭୀର ପଦଚିହ୍ନିତ ସ୍ଥାନ; ଗୋରୁ ଖୋଜ —୧. The foot-prints of a cow, the mark or impression of a cow's hoof left on the ground.
- ୨. ଗୋରୁର ଖୁରାଦ୍ୱାରା ଭୂମିରେ ଖୋଳି ହୋଇଯାଇ ଥିବା କ୍ଷୁଦ୍ର ଗର୍ତ୍ତ —୨. A small cavity left on the ground by the hoof of a cow.
- ୩. ଗୋରୁ ଯିବା ଆସିବା ସ୍ଥାନ — ୩. A place frequented by cattle.
- ୪. ଅତି ଅଳ୍ପ ପରିମିତ ଜଳର ଆଧାର — ୪. A very small reservoir like the foot- print of cow.
ଗୋଷ୍ପଦ ପୁଷ୍କର—ରାଧାନାଥ
- ୫. ଗୋଷ୍ପଦରେ ସମ୍ଭାଇବା ଭଳି ଅତି ଅଳ୍ପ ଜଳ — ୫. A small quantity of water sufficient to fill up a hole left on the ground by the hoof of a cow.
୬ : ଗୋଷ୍ଠ (ହିନ୍ଦୀ - ଶବ୍ଦସାଗର) —୬. Cattle-pen.
୭ : ପ୍ରଭାସ ତୀର୍ଥର ଅନ୍ତର୍ଗତ ତୀର୍ଥବିଶେଷ — ୭. Name of a sacred place adjoining Prabhāsa.