ଗ୍ରସ୍ତ
ଦେଖଣା
ଗ୍ରସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ ଧାତୁ=କର୍ମ. ତ)
[ସମ୍ପାଦନା]ଅସଂପନ୍ନ ବାକ୍ୟ; ଲୁପ୍ତବର୍ଣ୍ଣ ପଦ ବା ବାକ୍ୟ —A word or sentence in which some letters are understood; half uttered word or sentence.
[ଦ୍ରଷ୍ଟବ୍ୟ —ଯଥା—ଅପଗତ ହୋଇଅଛି ନାସା ଯାହାର=ଅପନସ, ଏଠାରେ 'ଗତ' ଶବ୍ଦଟି 'ଗ୍ରସ୍ତ' ହେବାରୁ 'ଅପଗତନସ' ସ୍ଥାନରେ 'ଅପନସ' ହେଲା]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଭକ୍ଷିତ —୧. Eaten.
- ୨. ଗିଳା ହୋଇଥିବା —୨. Swallowed; devoured.
- ୩. ଧୃତ —୩. Seized.
- ୪. ଲୁପ୍ତ କରା ଯାଇଥିବା (ପଦାଦି) —୪. Slurred over.
- ୫. ଆକ୍ରାନ୍ତ —୫. Attacked; overpowered; overtaken; possessed.
(ଯଥା—ପୀଡ଼ାଗ୍ରସ୍ତ; ଭୂତଗ୍ରସ୍ତ)
- ୬. ଉତ୍ପୀଡ଼ିତ —୬. Tormented or oppressed.
- ୭. ସଂପୂର୍ଣ୍ଣ ଆବୃତ —୭. Covered; overshadowed.
- ୮. ରାହୁ ବା କେତୁଦ୍ୱାରା ଅଭିଭୁତ (ଚନ୍ଦ୍ର ବା ସୂର୍ଯ୍ୟ) — ୮. Eclipsed.