ଗ୍ରହଣ
ଦେଖଣା
ଗ୍ରହଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗ୍ରହ ଧାତୁ+ଭାବ ଅନ)
[ସମ୍ପାଦନା]- ୧. ବରଣ; ସ୍ୱୀକାର — ୧. Acceptance.
- ୨. ଅଙ୍ଗୀକାର —୨. Agreeing; acknowledging.
- ୩. ଅବଲମ୍ୱନ —୩. Dependence.
- ୪. ଉଚ୍ଚାରଣ —୪. Utterance; mention.
- ୫. ବୋଧ; ଅନୁଭବ —୫. Understanding; conception; comprehension.
- ୬. ଧାରଣ; ଆଦାନ; ନେବା — ୬. Hold; taking; receiving.
- ୭. ଭୋଜନ —୭. Eating; tasting.
- ୮. ବନ୍ଦୀ କରିବା; ବନ୍ଧନ — ୮. Seizure; seizing; imprisonment.
- ୯. ଜବରଦସ୍ତି ଧରିବା —୯. Capturing.
- ୧. ସ୍ୱବଶକୁ ଆଣିବା — ୧୦. Bringing under one's sway.
୧୧: ଅନ୍ୟ ଗ୍ରହର ଛାୟାପାତଦ୍ୱାରା ସୂର୍ଯ୍ୟଚନ୍ଦ୍ରଙ୍କର ଆଂଶିକ ବା ସଂପୂର୍ଣ୍ଣ ଅଦର୍ଶନ — ୧୧. Eclipse (solar or lunar).
[ ଦ୍ର—ସୂର୍ଯ୍ୟ ବା ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଅନ୍ୟ କୌଣସି ଆକାଶଚାରୀ ପିଣ୍ଡ ବ୍ୟବସ୍ଥିତ ହେଲେ ସୂର୍ଯ୍ୟ ବା ଚନ୍ଦ୍ର ପୃଥିବୀର
ଲୋକଙ୍କ ଦୃଷ୍ଟିଗୋଚର ହୁଅନ୍ତି ନାହିଁ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ପଡ଼ିଗଲେ ପୃଥିବୀର ଛାଇ ଚନ୍ଦ୍ରକୁ ଘୋଡ଼ାଇପକାଇଲେ ଚନ୍ଦ୍ରଗ୍ରହଣ ହୁଏ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ରହିଗଲେ ସୂର୍ଯ୍ୟ ପୃଥିବୀକୁ ଦେଖାଯାଆନ୍ତି ନାହିଁ ଏହାକୁ ସୂର୍ଯ୍ୟ ଗ୍ରହଣ କହନ୍ତି ହିନ୍ଦୁ ପୁରାଣ ଅନୁସାରେ ରାହୁ ଓ କେତୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ଗ୍ରାସ କଲେ ଗ୍ରହଣ ହୁଏ ସୂର୍ଯ୍ୟଗ୍ରହଣ କେବଳ ଅମାବାସ୍ୟା ଦିନ ଓ ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ହୁଏ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ପୂର୍ଣ୍ଣ ମଣ୍ଡଳ ଅଦୃଶ୍ୟ ହେଲେ ତାକୁ ସର୍ବଗ୍ରାସ ବୋଲାଯାଏ ]
୧୨: (+କରଣ. ଅନ) ଇନ୍ଦ୍ରିୟ —୧୨. Organ of sense.
୧୩: ହସ୍ତ —୧୩. The hand.
୧୪: ନିମନ୍ତ୍ରଣ —୧୪. Invitation.
୧୫: ଅର୍ଥ —୧୫. Meaning; acceptance.
୧୬: ସ୍ୱୀକାର —୧୬. Assent; agreement.
୧୭: ପ୍ରତିଧ୍ୱନି —୧୭. Echo.
୧୮: କୌଣସି ବିଷୟକୁ ମନଦ୍ୱାରା ଆୟତ୍ତ କରିବା — ୧୮. Grasping mentally; mastering.
୧୯: (+କର୍ମ. ଅନ) ବନ୍ଦୀ — ୧୯. A prisoner; captive.
- ୨. ଆକର୍ଷଣ —୨୦. Attraction; pulling; drawing.
୨୧: ପୁରସ୍କାର —୨୧. Reward.
୨୨: କ୍ରୟ —୨୨. Purchase. (Apte)
୨୩: ପାଣିଗ୍ରହଣ; ବିବାହ —୨୩. Marriage (Apte)