Jump to content

ଗ୍ରାମଦେବତା

ଉଇକିଅଭିଧାନ‌ରୁ

ଗ୍ରାମଦେବତା

ଉଚ୍ଚାରଣ

[ସମ୍ପାଦନା]
(ଗ୍ରାମଦୈବତ—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ଗ୍ରାମ+ଦେବତ)

[ସମ୍ପାଦନା]
୧. ଗ୍ରାମର ଅଧିଷ୍ଠୀତ୍ରୀ ଦେବତା — ୧. A village-Goddess or Deity.
୨. ଯେଉଁ ଦେବତାଙ୍କୁ ଗ୍ରାମର ସର୍ବସାଧାରଣ ପୂଜା କରନ୍ତି ଓ ଯେ ଦେବୀ ଗ୍ରାମକୁ ଆପଦ ବିପଦରୁ ରକ୍ଷା କରନ୍ତି — ୨. The tutelary Diety of a village.

[ ଦ୍ର—ଭାରତର ପ୍ରତ୍ୟେକ ହିନ୍ଦୁ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମଦେବତା ଥାଆନ୍ତି ଏମାନେ ସାଧାରଣତଃ ଗ୍ରାମମୁଣ୍ଡରେ ଗୋଟିଏ ଲେଖାଏଁ ଗଛମୂଳେ ସିନ୍ଦୁରଲିପ୍ତ ଖଣ୍ଡିକେତେ ପଥର ବା ପାଷାଣ ମୁର୍ତ୍ତି ଅଟନ୍ତି ଗ୍ରାମର ବିବାହାଦିର ଉପଲକ୍ଷରେ ଏହାଙ୍କୁ ମଙ୍ଗଳନ ଓ ମାର୍ଜନା କରାଯାଏ; ଓଲାଉଠା, ବସନ୍ତ ଆଦି ସମୟରେ ଏହାଙ୍କୁ ପୂଜା କରାଯାଏ ଓ ବିପଦ ଆପଦ ସମୟରେ ଲୋକେ ଏହାଙ୍କୁ ଭୋଗ ଓ ବୋଦା ଆଦି ମନାସନ୍ତି ସାଧାରଣତଃ ଶୁଦ୍ର (ଭଣ୍ଡାର, ମାଳୀ) ଓ ଗଡ଼ଜାତିରେ ଅନାର୍ଯ୍ୟ (ସଅର; କନ୍ଧ) ମାନେ ଏହାଙ୍କ ସେବକ ଅଟନ୍ତି ଏ ଗ୍ରାମଦେବତାଙ୍କୁ ହିନ୍ଦୁମାନେ ଦୁର୍ଗା ବା ଯୋଗିନୀରୂପେ ପୂଜା କରନ୍ତି; କିନ୍ତୁ ଜଣାଯାଏ ଯେ ଏ ମୂଳତଃ ଅନାର୍ଯ୍ୟମନାଙ୍କ ପୂଜିତ ଦେବତା]