ଗ୍ରାମ୍ୟତାଦୋଷ
ଦେଖଣା
ଗ୍ରାମ୍ୟତାଦୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟଲୋକି; ଇତର ବ୍ୟବହାର — ୧. Lowness; vulgarity of conduct.
- ୨. ଭାଷାର ଇତରତା; ରଚନାରେ ଇତର ଭାଷା ପ୍ରୟୋଗ — ୨. Use of vulgar language in composition; vulgarisim in composition; use of slang; vulgar or obscene expression.
[ଦ୍ରଷ୍ଟବ୍ୟ —ଏହି ଦୋଷ ଦ୍ୱିବିଧ ଯଥା ===
- ୧. ଶବ୍ଦଦୋଷ ଯଥା ===
ଫାଟି ପଡ଼ିବାର ନୁକୁଞ୍ଜ ସଞ୍ଚାର ଶ୍ରମୁଁ ମୋ ଚରଣତଳ— କବିସୂର୍ଯ୍ୟ କିଶୋରଚମ୍ପୂ
ଏଠାରେ "ଫାଟିପଡ଼ିବା" ଶବ୍ଦର ପ୍ରୟୋଗ ଗ୍ରାମ୍ୟ
- ୨. ଅର୍ଥ ଦୋଷବିଶେଷ ଯଥା ===
ବନକୁ ଏକାକୀ କେଭେଁ ନ ଯିବୁ ଅମ୍ୱିକା ଜନେ ମିଶି ପେଟ କରି ଦେବେ ଋଷି ଟୋକା—କୃଷ୍ଣସିଂହ. ମହାଭାରତ
ଏଠାରେ "ପେଟ କରିଦେବା" ଏ ଅର୍ଥ ଗ୍ରାମ୍ୟ]
- ୩. ଅଭଦ୍ରତା —୩. Boorishness