Jump to content

ଗୟା

ଉଇକିଅଭିଧାନ‌ରୁ

ଗୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଗୟା+ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବିହାର ପ୍ରଦେଶର ଏହି ନାମର ନଗର ଓ ଜିଲ୍ଲା —୧. Name of a district and town in Bihar; Gya.
୨. ସ୍ୱନାମପ୍ରସିଦ୍ଧ ମଗଧ ଦେଶର ହିନ୍ଦୁ ତୀର୍ଥସ୍ଥାନ [ଏଠାରେ ଶ୍ରାଦ୍ଧ କଲେ ଓ ପିଣ୍ଡ ଦେଲେ ପିତୃମାନେ ସଦ୍ଗତି ପ୍ରାପ୍ତ ହୁଅନ୍ତି] —୨. A famous place of pilgrimage in Bihar where hindus offer 'Piṇḍa' to their deceasel ancestors.

[ଦ୍ରଷ୍ଟବ୍ୟ —ଏ ପୁଣ୍ୟସ୍ଥାନରେ ଉଲ୍ଲେଖ ରାମାୟଣ, ମହାଭାରତ ଓ ପୁରାଣମାନଙ୍କରେ ଦେଖାଯାଏ ଏହା ରାଜର୍ଷି 'ଗୟ'ଙ୍କର ରାଜଧାନୀ ଥିଲା ଏଠାରେ ଗୟଶିର ପର୍ବତ ଉପରେ ଏ ରାଜର୍ଷି ଯଜ୍ଞ କରିଥିଲେ ଓ ବ୍ରହ୍ମସର ନାମକ ଗୋଟିଏ ବଡ ପୁଷ୍କରିଣୀ ଖୋଳାଉ ଥିଲେ ବୁଦ୍ଧଦେବଙ୍କ ସମୟରେ ମଧ୍ୟ ଏ ସ୍ଥାନ ଗୋଟିଏ ପ୍ରସିଦ୍ଧ ଯଜ୍ଞସ୍ଥଳ ଥିଲା ରାଜଗୃହରୁ ଆସି ବୁଦ୍ଧଦେବ ପ୍ରଥମେ ଏଠାରେ ଏକ ଯଜମାନଙ୍କ ଅତିଥି ହୋଇଥିଲେ, ତତ୍ପରେ ଏଠାରୁ କିଛି ଦୂର ନିରଂଜନା ନଦୀ କୂଳରେ ଉରୁବେଳା ଗ୍ରାମରେ ତପସ୍ୟା କଲେ ବୁଦ୍ଧଦେବଙ୍କର ଏହି ତପସ୍ୟା—ସ୍ଥାନକୁ ବର୍ତ୍ତମାନ ବୋଧଗୟା କହନ୍ତି ଗୟାତୀର୍ଥ ଶ୍ରାଦ୍ଧ ଓ ପିଣ୍ଡଦାନ ପାଇଁ ପ୍ରଶସ୍ତ ଅଟେ ପୁତ୍ର ଏଠାରେ ପିଣ୍ଡଦାନ ନ କରିବା ପର୍ଯ୍ୟନ୍ତ ମୃତ ପିତାଙ୍କର ମୋକ୍ଷ—

ଲାଭ ହୁଏ ନାହିଁ ବୋଲି ହିନ୍ଦୁଙ୍କର ବିଶ୍ୱାସ ବିଷ୍ଣୁ ଏହିଠାରେ ଗୟ ନାମକ ଅସୁରକୁ ବଧ କରିଥିଲେ ବାୟୁପୁରାଣରେ ଗୟାମାହାତ୍ସ୍ୟ, ଗୟାଶ୍ରାଦ୍ଧବିଧି ଓ ଗୟାର ବ୍ରାହ୍ମଣ (ପଣ୍ଡା)ଙ୍କ ପୂଜାବିଧି ବର୍ଣିତ ହୋଇଅଛି ଏଠାରେ ୫ଦିନମଧ୍ୟରେ ୬୪:ଟି ସ୍ଥାନରେ ସ୍ନାନ, ତର୍ପଣ, ପୂଜା ଓ ଶ୍ରାଦ୍ଧାଦି କରାଯାଏ ଏହା ଫଲ୍ଗୁନଦୀ କୂଳରେ ଅବସ୍ଥିତ; ଗୟାରେ ମୁଗୁନି ଓ ପାଣ୍ଡରା ପଥରର ବାସନ ମିଳେ]