ଗୟାସୁର
ଦେଖଣା
ଗୟାସୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୟ+ଅସୁର)
[ସମ୍ପାଦନା]ବିଷ୍ଣୁଙ୍କଦ୍ୱାରା ନିହତ ଗୟାନାମକ ଅସୁର —A demon of that name killed by Bishṇu at Gayā.
[ଦ୍ରଷ୍ଟବ୍ୟ —ଏ ପ୍ରଥମେ ରାଜର୍ଷି ଥାଇ ଗୟାନଗର ପ୍ରତିଷ୍ଠା କରି ଥିଲେ, ପରେ ରାକ୍ଷସରୂପେ ଜନ୍ମ ହୋଇ ଗୟାରେ ତୀବ୍ର ତପ ଆଚରଣ କରିବାକୁ ଲାଗିବାରୁ ଦେବତାମାନେ ଭୟ ପାଇ ବିଷ୍ଣୁଙ୍କ ଶରଣାପନ୍ନ ହେଲେ ସଂସାରମଙ୍ଗଳ ନିମନ୍ତେ ତାହାର ଶରୀର ଦେବତାମାନଙ୍କୁ ଅର୍ପଣ କରିବା ସକାଶେ ବ୍ରହ୍ମା ତାକୁ ଅନୁରୋଧ କରିବାରୁ ସେ ତହିଁରେ ସମ୍ମତ ହୋଇ ବର ମାଗିଲା ଯେ ମୁଁ ଯେଉଁଠାରେ ମରିବି ତାହା ହିନ୍ଦୁମାନଙ୍କର ତୀର୍ଥ ହେବ ଏହା କହି ସେ ଶୋଇଲା ଓ ଦେବତାମାନେ ପଥରରେ ଛେଚି ତାକୁ ମାରି ପକାଇଲେ ଏହାର ମୃତଶରୀରର ଭିନ୍ନଭିନ୍ନ ଅଂଶ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଛିଡ଼ିକି କରି ପଡ଼ିବାରୁ ସେହି ସ୍ଥାନମାନ ତୀର୍ଥରୂପରେ ପରିଣତ ହେଲା ନାଭି ଯେଉଁଠାରେ ପଡ଼ିଲା ତାହାର ନାମ ନାଭିଗୟା, ପାଦ ଯେଉଁଠାରେ ପଡ଼ିଲା ତାହାର ନାମ ପାଦଗୟା, ଗୟାଠାରେ ଏହାର ମୁଣ୍ଡ ପଡ଼ିଥିଲା ଏ ବୃତ୍ତାନ୍ତ ବାୟୁପୁରାଣରେ ବର୍ଣିତ ଅଛି]