Jump to content

ଘରବୁଡ଼ା

ଉଇକିଅଭିଧାନ‌ରୁ

ଘରବୁଡ଼ା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପରିବାରର କଳଙ୍କଜନିତ ସର୍ବନାଶ — ୧. Dishonour brought about to a family.
୨. ପରିବାରର ସର୍ବନାଶ —୨. The ruin of a family.
(ଘରବୁଡ଼େଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ପରିବାରର ସର୍ବନାଶ କରେ ବା କୁଳକୁ କଳଙ୍କିତ କରେ — ୧. One who brings dishonour to a family.


ବ୍ରାହ୍ମଣ ଜାତି ସିନା କରି ଘରବୁଡ଼ା କରଥାନ୍ତି ଧର୍ମକୁ ହୋଇଣ ବାପୁଡ଼ା—କୃଷ୍ଣସିଂହ. ମହାଭାରତ. ବନ

୨. ଯେ ଅନ୍ୟ ପରିବାରର କୁଳସ୍ତ୍ରୀ କୁଳଟା କରାଏ — ୨. One who entices away or seduces a lady from a family for immoral purpose.
୩. ବଂଶ ନିପାତକାରୀ — ୩. Causing ruin or extinction of a family.

ଏହି ମଧ୍ୟ ମୋର ଗୋଟିଏ ଘରବୁଡ଼ା—କୃଷ୍ଣସିଂହ. ମହାଭାରତ. ବନ

୪. ପରର ସର୍ବନାଶକାରୀ — ୪. Causing ruin to another.

ଏତେ ଦଣ୍ଡ ଦେଇଣ ପୁଣି ନାସାପୁଡ଼ା ଭିତରକୁ ବିନ୍ଧିଛି କେତେ ଘରବୁଢ଼ୀ—କୃଷ୍ଣସିଂହ ମହାଭାରତ ବନ

୫. ଧୈର୍ଯ୍ୟନାଶକ; ସତୀତ୍ୱନାଶକ; ଉନ୍ମାଦକ — ୫. Causing impatience or madness; destroying patience; maddening; causing disturbance in the mind of chaste woman.

ସଜଡ଼ା ହୋଇ କନ୍ଧେ ପଡ଼ିଛି ଦୋଷଡ଼ା ସେ ମଧ୍ୟ ହୋଇଛି ନାରୀଙ୍କ ଘରବୁଡ଼ା—କୃଷ୍ଣସିଂହ. ମହାଭାରତ. ବନ

୬. ଅନିଷ୍ଟକାରୀ; ଉଚ୍ଛେଦସାଧକ —୬. Harmful.

ମାଳୀ ଘରେ ଛେଳି ଯେ କୁମ୍ଭାର ଘରେ ଘୋଡ଼ା ତନ୍ତୀ ଘରେ ମାଙ୍କଡ଼ ତିନିହେଁ ଘରବୁଡ଼ା—ପ୍ରତାପ ଶଶିସେଣା