ଘର କରିବା
ଦେଖଣା
ଘର କରିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୃହ ନିର୍ମାଣ କରିବା — ୧. Te build a house.
- ୨. କୌଣସି ସ୍ତାନରେ ସ୍ଥାୟୀରୂପେ ସପରିବାର ବାସ କରିବା —୨. To live permanently in a place; to become domiciled in a place.
ରହିଛନ୍ତି ଘର କରିଣ ନିରନ୍ତରେ—କୃଷ୍ଣସିଂହ. ମହାଭାରତ. ସଭା
- ୩. ସଂସାରର କର୍ତ୍ତବ୍ୟଚୟ ନିର୍ବାହ କରିବା; ନିଜର ପରିବାର ପାଳନ କରିବା —୩. To manage a household; to maintain one's family.
- ୪. ଗୃହସ୍ଥ—ଧର୍ମ ପାଳନ କରିବା; ସଂସାର—ଧର୍ମ ପାଳନ କରିବା — ୪. To do the duties of a house-holder; to live as a family-man.
ସନ୍ନ୍ୟାସୀ ହେବେ ଅନାଚାରୀ କୁଟୁମ୍ୱ ଘେନି ଘର କରି ଜଗନ୍ନାଥ. ଭାଗବତ
- ୫. ସ୍ତ୍ରୀ ବା ସ୍ୱାମୀ ସହିତ ଦାମ୍ପତ୍ୟଜୀବନ ଅତିବାହିତ କରିବା — ୫. To live as husband and wife;to lead a conjugal life.
ସହୋଦ୍ର ମାଇଙଅକି ହରିଲେ, ଭଉଣୀ ସଙ୍ଗେ ଘର କଲେ ପ୍ରାଚୀ. ନିର୍ଗୁଣମାହତ୍ମ୍ୟ
- ୬. (ଲକ୍ଷଣାର୍ଥ) (ହୃଦୟକୁ)ଆଶ୍ରୟ କରିବା; (ହୃଦୟରେ) ଉପୁଜିବା; ଜନ୍ମିବା; ଜାତ ହେବା — ୬. (figurative) To rise (in the mind.)
ବିସ୍ମୟ ହୃଦୟରେ କଲା ଆସି ଘର—କୃଷ୍ଣସିଂହ. ମହାଭାତ. ସଭା
- ୭. (ଲକ୍ଷଣାର୍ଥ) ସର୍ବଦା ମନେ ପଡ଼ିବା — ୭. (figurative) Always to be in the mind; to be remenbered always.
- ୮. (ଲ୭ଣାର୍ଥ) ସର୍ବଦା ଆଖି ଆଗରେ ନାଚିବା — ୮. (figurative) To dance always before one's eyes.