Jump to content

ଘାତ

ଉଇକିଅଭିଧାନ‌ରୁ

ଘାତ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ)

[ସମ୍ପାଦନା]
୧. ଆଘାତ; ପ୍ରହାର; ଚୋଟ — ୧. Stroke; blow; hit
୨. ମାରଣ; ବଧ; ହତ୍ୟା — ୨. Murder; killing; slaughter.
୩. (+କରଣ. ଅ) ବାଣ; ଶର —୩. Arrow.
୪. କ୍ଷତ; ଘାଆ —୪. Wound; sore.


୫. କ୍ଷମତା —୫. Power.
୬. (+ କରଣ. ଅ) ବଧାସ୍ତ୍ର; ପ୍ରହରଣାସ୍ତ୍ର — ୬. Lethal or mortal weapon.
୭. (ଗଣିତ) ଗୁଣଫଳ — ୭. (Mathematics) Product.
୮. (ଗଣିତ) କୌଣସି ସଂଖ୍ୟାକୁ ସେହି ରାଶିଦ୍ୱାରା ପୁନଃ ପୁନଃ ଗୁଣିବା —୮. (Arithmetic) Involution; repeated multiplication of one number by itself.
୯. ବିଘ୍ନ —୯. Obstruction; obstacle.

ଶୁଣ ହେ ପୃଥୁ ନୃପନାଥ, ଇନ୍ଦ୍ର ଯେ କଲା ଯଜ୍ଞେ ଘାତ—ଜଗନ୍ନାଥ. ଭାଗବତ

୧. ଅନିଷ୍ଟ; କ୍ଷତି —୧୦. Injury; loss.
୧୧. ଅହିତ; ଅମଙ୍ଗଳ —୧୧. Evil.
୧୨. ସୁଯୋଗ; କୌଣସି ଅଭିପ୍ରାୟ ସିଦ୍ଧ କରିବା ପାଇଁ ଉପଯୁକ୍ତ ଅବସର; ଦାଉଁ (ହିନ୍ଦୀ - ଶବ୍ଦସାଗର) —୧୨. Suitable oppertunity.
୧୩. ସ୍ୱାର୍ଥ ଅଭିପ୍ରାୟ; ମତଲବ୍ (ଜ୍ଞାନେନ୍ଦ୍ର) — ୧୩. Aim; intent.
୧୪. ତାକତରକ; କାର୍ଯ୍ୟସିଦ୍ଧି କରିବା ପାଇଁ ଉପଯୁକ୍ତ ଅବସର ପାଇଁ ପ୍ରତୀକ୍ଷା କରିବା (ହିନ୍ଦୀ - ଶବ୍ଦସାଗର) — ୧୪. Being on the look-out for a suitable oppertunity.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୋଷ ଦେବା —Finding fault with; laying blame on.

କ ଅକ୍ଷରେ କରି ଯେତେ ଗୀତ କେବେହେଁ ଏଥି ନ ଦେବ ଘାତ କବି ହେଲେ ତ ଜାଣିବ ଏଥି, ଶ୍ରମହଁ ଯେତେ ହେ ଦୀନକୃଷ୍ଣ ରସକଲ୍ଲୋଳ