ଘୁଞ୍ଚିବା
ଦେଖଣା
ଘୁଞ୍ଚିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଣିଜନ୍ତ—ଘୁଞ୍ଚାଇବା)
(କର୍ମବାଚ୍ୟରୂପ—ଘୁଞ୍ଚା ଯିବା ଘୁଞ୍ଚା ହେବା)
ଦେଶଜ - କ୍ରି.—(ସଂସ୍କୃତ - ଗମ ଧାତୁ)
[ସମ୍ପାଦନା]- ୧. ଦୂର ହେବା; ଅଦୃଶ୍ୟହେବା — ୧. To vanish; to disapper.
କଳ୍ପତରୁ ଲଭି ଯଥା ତ୍ରିଦେବ—ଦୂର୍ଗତି ଘୁଞ୍ଚିଗଲା— ରାଧାନାଥ. ମହାଯାତ୍ରା
- ୨. ନିଜର ଶରୀରକୁ ସ୍ଥାନାନ୍ତରିତ କରିବା — ୨. To move away.
- ୩. ଗଡ଼ିଯିବା; ନିର୍ଦ୍ଧାରିତ ଦିବସ ବା ସମୟ ଦୁରକୁ ଧାର୍ଯ୍ୟ କରାଯିବା —୩. To be adjourned; to be postponed.
[ଯଥା— ଛିତିକିଆଯୋଗୁଁ ବିଭାତିଥି ଘୁ଼ଞ୍ଚିଗଲା]
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ଯିବା, ବସିବା ଆଦି କ୍ରିୟା ଯୁକ୍ତ ହୁଏ]