ଚଉକି

ଉଇକିଅଭିଧାନ‌ରୁ

ଚଉକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କୀ; ପ୍ରା. ଚଉକ୍କୀ)[ସମ୍ପାଦନା]

୧. ବସିବା ନିମନ୍ତେ ଚାରିଗୋଡ଼ିଆ କାଷ୍ଠ ବା ପଥରର ଆସନ —୧. Stool of wood or stone.

କାଠ ଲାଗି ପାଇଁ ଚଉକିରେ ଯାଇ ସଧୀରେ ବିଜୟ କଲେ ଦୀନକୃଷ୍ଣ. ରସବିନୋଦ

୨. ପଛପଟରେ ଆଉଜିବାର ଉପଯୋଗୀ ବା଼ଡ଼ ଥିବା କାଷ୍ଠ ବା ବେତ୍ରର ଆସନ; ଖୁରସୀ —୨. Chair.

[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ କେବଳ ଚାରିଗୋଡ଼ିଆ ପଥର ବା କାଠର ବା ବେତବୁଣା ଆସନକୁ ଚୌକି କହୁଥିଲେ, ତହିଁରେ ପଛପଟେ ଆଉଜିବା ପାଇଁ ଆଶ୍ରୟ ବହୁ ନ ଥିଲା ଏହା କେବଳ ଗାଧୋଇବାବେଳେ ବ୍ୟବହୃତ ହୁଏ ଓ ମୁଦୀ ଦୋକାନମାନଙ୍କରେ ଦୋକାନୀର ବସିବାରେ ଲାଗେ କିନ୍ତୁ ବର୍ତ୍ତମାନ ଯୁଗରେ କାଠ— ତିଆରି ଓ ବେତବୁଣା ନାନପ୍ରକାର ଚଉକି ବ୍ୟବହୃତ ହେଉଅଛି ଏ ସବୁର ବସିବା ଆସନ ଓ ପୃଷ୍ଠଦେଶର ଆଶ୍ରୟ ବେତ ବା କାଷ୍ଠ ନିର୍ମିତ କୌଣସି କୌଣସି ଚଉକି ଲୌହରେ ମଧ୍ୟ ନିର୍ମିତ ହେଉଅଛି; କାହିଁରେ ସ୍ପ୍ରିଙ୍ଗ୍ ବା ତୁଳାର ଗଦି ଅଣ୍ଟା ଯାଉଅଛି ଦୀର୍ଘ ବାହୁଯୁକ୍ତ ଆରମ ଚଉକି ବା Arm chair ସର୍ବତ୍ର ସୁପରିଚିତ]

୩. କର୍ଣ୍ଣର ନୋଳିବିଶେଷ — ୩. A kind of ear-ring.
୪. ଗ୍ରାମ ବା ନଗର ରକ୍ଷା କରିବା ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ବା ଚତୁଷ୍ପଥରେ ଅବସ୍ଥିତ ପ୍ରହରୀଙ୍କ ଆଡ଼୍ଡା; ଫାଣ୍ଡି — ୪. Police outpost.
୫. ଜଗିବା କର୍ମ; ପହରା — ୫. Watch; watching; guarding.
୬. (ଜାହାଜିଆଭାଷା) ମାସ୍ତୁଲର ଅଗ୍ରଭାଗରେ ସଂଯୁକ୍ତ ଆସନ; ଯେଉଁଠାରେ ନାବିକମାନେ ବସି ଦୁରବୀକ୍ଷଣ ସାହାର୍ଯ୍ୟରେ ଦୁରସ୍ଥ ବସ୍ତୁମାନ ଦେଖନ୍ତି — ୬. (nautical) A seat attached to the top of the main mast of a ship for sailors taking observation of far off things with the telescope.

ମୁଁ ନାବଲା ଦଉଡ଼ି ଧରି ଚଉକି ଉପରକୁ ଉଠି ଯାଇ ଦୂରବିନ୍ଦ କଷିଦେଲି— ଫକୀରମୋହନ. ଗଳ୍ପସ୍ୱଳ୍ପ