ଚକ୍ରୀ
ଦେଖଣା
ଚକ୍ରୀ
ଉଚ୍ଚାରଣ
[ସମ୍ପାଦନା](ଚକ୍ରିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଚକ୍ର+ଇନ୍; ୧ମା. ୧ବ.)
[ସମ୍ପାଦନା]- ୧. ବିଷ୍ଣୁ — ୧. Bishṇu.
- ୨. କୁମ୍ଭକାର —୨. Potter.
- ୩. ସମ୍ରାଟ୍ —୩. Emperor.
- ୪. ସର୍ପ —୪. Serpent; snake.
- ୫. ଚକ୍ରବାକ ପକ୍ଷୀ —୫. Ruddy shel-drake.
- ୬. ତେଲି —୬. Oilman.
- ୭. ବାଜୀକର —୭. Juggler.
- ୮. ଗୁପ୍ତଚର; ଗୁଇନ୍ଦା —୮. Informer; spy.
- ୯. କାକ —୯. Crow.
- ୧. ଗର୍ଦ୍ଦଭ —୧୦. Ass.
- ୧୧. ପ୍ରାଦେଶିକ ଶାସନକର୍ତ୍ତା — ୧୧. Provincial Governor.
- ୧୨. ଗ୍ରାମର ପୁରୋହିତ (ହିନ୍ଦୀ - ଶବ୍ଦସାଗର) — ୧୨. The priest of a whole village.
- ୧୩. ବକରା; ଅଣ୍ତିରା ଛେଳି (ହିନ୍ଦୀ - ଶବ୍ଦସାଗର) — ୧୩. A male goat.
- ୧୪. ଚାକୁଣ୍ତା (ଦେଖ) - ୧୪. Chākuṇḍā (See)
- ୧୫. ତିନିଶ (ଦେଖ) - ୧୫. Tiniṡa (See)
- ୧୬. ରଥାରୋହୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୧୬. A person who rides on a car.
- ୧୭. ଔଶନସଙ୍କ ଜାତି ବିବେକ ଗ୍ରନ୍ଥରେ ଉଲ୍ଲିଖିତ ବର୍ଣ୍ଣ— ସଙ୍କର ଜାତିବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୭. Name of a hybride tride of ancient India.
- ୧୮. (ଚନ୍ଦ୍ରଶେଖରଙ୍କ ମତରେ) ଆର୍ଯ୍ୟାଛନ୍ଦର ୨୨:ଟି ଭେଦ— ମଧ୍ୟରୁ ଏକ (ହିନ୍ଦୀ - ଶବ୍ଦସାଗର) — ୧୮. Name of a musical tune.
[ ଦ୍ର—ଏଥିରେ ୬ଗୁରୁ ଓ ୪୫: ଲଘୁସ୍ୱର ଥାଏ ]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଚକ୍ରବିଶିଷ୍ଟ —୧. Wheeled.
- ୨. ଚକ୍ରଧାରୀ —୨. Armed with a discus.
- ୩. ଗୋଲାକାର —୩. Circular; round.
- ୪. ସୂଚକ —୪. Indicative.
- ୫. କୁମନ୍ତ୍ରଣାକାରକ; ଷଡ଼ଯନ୍ତ୍ରକାରୀ — ୫. Plotting; conspirating.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ୍ର)
[ସମ୍ପାଦନା]ଏକ ପ୍ରକାର ବାଣ ଯହିଁରେ ନିଆଁ ଲାଗିଲେ ଚକ ପରି ଘୂରେ —A whirling firework; Catherine wheel.
[ ଦ୍ର—ଏହା ୨ ପ୍ରକାର; ଏକପ୍ରକାର ଚକ୍ରୀ ତାଳ ଫଟକାପରି, ଏଥିରେ ନିଆଁ ଲଗାଇ ଦେଲେ ଏହା ଚକ୍ରି ପରି ଘୂରୁ ଘୂରୁ ଶୂନ୍ୟକୁ
ଉଠେ ଆଉ ଏକ ପ୍ରକାର ଚକ୍ରାକାର ବତାରେ ୩୪: ସ୍ଥାନରେ ବାରୁଦ ପୂର୍ଣ୍ଣନଳୀ ଲାଗିଥାଏ ଓ ଉକ୍ତ ଚକ୍ରର କେନ୍ଦ୍ରକୁ ଭୂମିରେ ପୋତା ବାଉଁଶରେ ବାନ୍ଧିବାକୁ ହୁଏ ନିଆଁ ଲଗାଇଲେ ତାହା ଉକ୍ତ ପୋତା ବାଉଁଶ ଉପରେ ବାରମ୍ୱାର ଘୂରେ ]