ଚଖା
ଦେଖଣା
ଚଖା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଚଖେଈ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚକ୍ଷଣ)
[ସମ୍ପାଦନା]ଜିହ୍ୱାଦ୍ୱାରା ସ୍ୱାଦଗ୍ରହଣ; ଚାଖିବାକର୍ମ — Tasting.
ଦେଶଜ - ବିଶେଷଣ - ପୁଂ.
[ସମ୍ପାଦନା]- ୧. ଯେ ସବୁ ପଦାର୍ଥ ଚାଖେ କିନ୍ତୁ କୌଣସି ପଦାର୍ଥ ଖାଏନାହିଁ —୧. Tasting everything but not eating anything.
- ୨. ଯେ ଖାଦ୍ୟଦ୍ରବ୍ୟ କିଣିବା ବାହାନାରେ ସବୁ ଖାଦ୍ୟ ଦ୍ରବ୍ୟରୁ ଟିକିଏ ଟିକିଏ ଚାଖେ କିନ୍ତୁ ଶେଷରେ ସ୍ୱାଦ ଗ୍ରହଣ କରିସାରି ଫାଙ୍କିଦେଇ କୌଣସି ପଦାର୍ଥ ନ କିଣି ଚାଲିଯାଏ —୨. One who, pretending to purchase different foods exposed for sale after ascertaining which is good and which is bad tastes different articles, but goes away without purchasing anything.
- ୩. (ଗାଳିରେ ବ୍ୟବହୃତ) ଯେ କୌଣସି ଗୋଟିଏ ବିଷୟକୁ ଦୃଢ଼ଭାବରେ ନ ଧରି ଆଜି ଏ କାମ କାଲି ସେ କାମ କରେ ଓ ସବୁ କାମକୁ ଚାଖିଲାପରି ଚାଖିଦେଇ ଛାଡ଼ି ଦିଏ —୩. (term of abuse) A person who does not stick to any particular thing or profession; a jack of all trades.
- ୪. ଚଖା ହୋଇଥିବା ବସ୍ତୁ —୪. (a thing) Tasted.
ଚଞ୍ଚଳାଙ୍ଗୀ ଏକ ବହେ, ଚଖା ଦ୍ରବ୍ୟେ ଲୋଭ ରହେ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି