Jump to content

ଚଟୁ

ଉଇକିଅଭିଧାନ‌ରୁ

ଚଟୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚଟ ଧାତୁ=ଭେଦନ କରିବା+କରଣ. ଉ)

[ସମ୍ପାଦନା]
୧. ଚାଟୁବାକ୍ୟ —୧. Flattery.
୨. ଚିତ୍କାର ଶବ୍ଦ —୨. Scream.
୩. (+କର୍ତ୍ତୃ. ଉ) ଉଦର; ପେଟ —୩. Belly.
୪. ବ୍ରତଧାରୀମାନଙ୍କ ଆସନବିଶେଷ —୪. A kind of seat for persons observing fasts.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତର୍ଦ୍ଦୁ; ଯୋଗେଶ୍ଚନ୍ଦ୍ର)

[ସମ୍ପାଦନା]

ବ୍ୟଞ୍ଜନ ପ୍ରଭୃତି ଘାଣ୍ଟିବା ପାଇଁ ବ୍ୟବହୃତ ଚେପଟା ଦଣ୍ଡ; ଦର୍ବୀ — A flat stick to stir curry etc on fire; pot stick; stick ladle.

ନାନାଜାତି ପାକ ରସେ ଚଟୁପଶେ, କହତ ତାର ସ୍ୱାଦୁ ଜାଣେ କିଛି କି ସେ କୃଷ୍ଣସିଂହ, ମହାଭାରତ, ସଭା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କରଚୁଲି; କରଛୁଲି —A big metal spoon for agitating boiling food.