Jump to content

ଚଣ୍ଡ

ଉଇକିଅଭିଧାନ‌ରୁ

ଚଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚଣ୍ଡ ଧାତୁ+ଅ)

[ସମ୍ପାଦନା]
୧. (+ଭାବ. ଅ) କ୍ରୋଧ — ୧. Anger; rage; fit of passion; wrath.
୨. ତିନ୍ତିଡ଼ି ବା ତିନ୍ତୁଳୀ ଗଛ —୨. Tamarind trees.
୩. (+କର୍ତ୍ତୃ. ଅ) ଯମଦୂତ — ୩. Messenger of the God of death.
୪. ଶିବାନୃଚରବିଶେଷ —୪. An attendant of Ṡiba.
୫. ଚଣ୍ଡୀପୁରାଣବର୍ଣ୍ଣିତ ଦୂର୍ଗାଙ୍କଦ୍ୱାରା ନିହତ ଦୁଷ୍ଟ ଦୈତ୍ୟ— ବିଶେଷ —୫. A wicked demon killed by Durgā.

[ଦ୍ରଷ୍ଟବ୍ୟ —ଏ ମୁଣ୍ଡଦୈତ୍ୟର ଭାଇ ଓ ସୁମ୍ଭନିଶୁମ୍ଭଙ୍କ ସେନାପତି ଥିଲେ]

୬. ନିଷ୍ଠୁରତା —୬. Cruelty.
୭. ଉଷ୍ଣତା —୭. Warmth; heat.
୮. ଭୀଷଣତା —୮. Fury; ferocity.
୯. ଉଗ୍ରତା; ତୀକ୍ଷ୍ମତା —୯. Sharpness.
୧. ତୀବ୍ରତା —୧୦. Pungency.
୧୧. ଜଳିବା ଅଗ୍ନିର ତାପ — ୧୧. Violent heat; burning heat.
୧୨. ବିଷ୍ଣୁଙ୍କ ପାରିଷଦବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୨. One of the courtiers of Bishṇu.
୧୩. ଚଣ୍ଡବଳି (ଦେଖ) - — ୧୩. Chaṇḍabaḻi (See)
୧୪. ଶ୍ରୀକୃଷ୍ଣଙ୍କଦ୍ୱାରା ନିହତ କଂସାସୁରର ଭାଇ (ହିନ୍ଦୀ - ଶବ୍ଦସାଗର) —୧୪. Name of a brother of Kaṁsa slain by Ṡrīkrushṇa.

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଏ କୁବେରଙ୍କ ଆଠପୁଅ ମଧ୍ୟରୁ ଏକ ଏ ଶିବପୂଜା ପାଇଁ ନେଉଥିବା ଫୁଲକୁ ବାଟରେ ଶୁଘିଂବାରୁ ପିତାଙ୍କ ଶାପରେ କଂସର ଭାଇ ହୋଇ ଜନ୍ମିଥିଲା ହିନ୍ଦୀ - ଶବ୍ଦସାଗର]

(ଚଣ୍ଡା—ସ୍ତ୍ରୀ) 

(ଚଣ୍ଡତା—ବି)

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଅତିଶୟ କ୍ରୁଦ୍ଧ — ୧. Passionate; very angry; wrathful.

ଚଣ୍ଡ ମୂରତି ଧଇଲା ବା ବୋଲେ କରଣ ପଙ୍କଜ ଧଇଲେ ହେଲେ କବିସୂର୍ଯ୍ୟ. କବିତାକଲ୍ଲୋଳିନୀ

୨. ଉଷ୍ଣ —୨. Hot; very warm.
୩. ଜଳୁଥିବା —୩. Burning.
୫. ଭୀଷଣ; ବିକଟ —୫. Furious; frightful; violent; fierce.
୬. ପ୍ରଚଣ୍ଡ; ତୀକ୍ଷ୍ମ; ଉଗ୍ର —୬. Fiery; sharp.

ଟଙ୍କାରିକି ଶ୍ରବ ସରିକି ବାସବ କୋଦଣ୍ଡରୁ ଚଣ୍ଡ ଧନୁ କବିସୂର୍ଯ୍ୟ. କିଶୋରାଚମ୍ପୁ. ଟ ଗୀତ

୭. କଠୋର —୭. Severe; hard.
୮. ଦୁର୍ଦମନୀୟ —୮. Indomitable.
୯. ନିଷ୍ଠୁର —୯. Cruel.
୧. ଦୁଷ୍ଟ; ଦୁର୍ବୁତ୍ତ —୧୦. Wicked; wanton.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଣେ ଉଗ୍ରତେଜା ରାଜସ୍ଥାନନିବାସୀ ରାଜପୁତ ରାଜକୁମାରଙ୍କ ନାମ (ଏ ପୃଥ୍ୱୀରାଜଙ୍କର ଜଣେ ସାମନ୍ତ ଥିଲେ ହିନ୍ଦୀ - ଶବ୍ଦସାଗର) —Name of a prince of Ṛajputānā.


ପିତୃ ସତ୍ୟ ପାଳି ଚଣ୍ଡତେଜା ଚଣ୍ଡ ରାଜସିଂହାନ କଲେ ବର୍ଜନ ନନ୍ଦକିଶୋର. କୃଷ୍ଣକୁମାରୀ