ଚଣ୍ଡବଳି
ଦେଖଣା
ଚଣ୍ଡବଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚଣ୍ଡେଶ୍ୱର; ମହାଦେବଙ୍କ ଅନୁଚରବିଶେଷ — ୧. An attendant of Ṡiba.
[ଦ୍ରଷ୍ଟବ୍ୟ —ମହାଦେବଙ୍କୁ ନୈବେଦ୍ୟ ଦେବା ସମୟରେ ନୈବେଦ୍ୟର ଏକଦଶମାଂଶ ଏହାଙ୍କ ନାମରେ ଉତ୍ସର୍ଗ କରାଯାଏ]
- ୨. ମହାଦେବଙ୍କର ଚଣ୍ଡଦେବତାଙ୍କୁ ନିବେଦିତ ଭୋଗାଂଶ ବା ବଳି; ବିଷ୍ଣୁଙ୍କର ପାର୍ଶ୍ୱଚର ଦେବତାଙ୍କୁ ନିବେଦିତ ଭୋଗାଂଶ — ୨. Part of the offering set apart for being given to the principal demigod-attendant of a Deity.
- ୩. ଭୋଗ ହେବା ପରେ ନିବେଦିତ ଦ୍ରବ୍ୟରୁ ପୂଜକ ନିଜର ପାରି ଶ୍ରମିକ ନିମନ୍ତେ କାଢ଼ି ରଖିବା ୧/୪, ୧/୧ ବା ୧/୧୬: ଅଂଶ (ଅର୍ଥାତ୍ ଭୋଗ କରିବା ପରେ ଯାହା ଚଣ୍ଡଦେବତାଙ୍କୁ ସ୍ୱତନ୍ତ୍ର ଉତ୍ସର୍ଗ କରାଯାଏ) — ୩. A part (୧/୪. ୧/୧୦ or ୧/୧୬) of the offering set apart for Chaṇḍa and taken by the priest as his remuneration.
[ଦ୍ରଷ୍ଟବ୍ୟ —ଶିବଙ୍କର ଜଣେ ଅନୁଚରଙ୍କ ନାମ ଚଣ୍ଡ ଓ ବିଷ୍ଣୁଙ୍କର ଜଣେ ଅନୁଚରଙ୍କ ନାମ ଚଣ୍ଡ ଶିବ ବା ବିଷ୍ଣୁଙ୍କ କୌଣସି ଦ୍ରବ୍ୟ ମନ୍ତ୍ରୀଦି ପାଠପୂର୍ବକ ନିବେଦିତ ହୋଇ ସାରିଲା କ୍ଷଣି ନିବେଦିତ ଦ୍ରବ୍ୟର ନିର୍ଦ୍ଦିଷ୍ଟାଂଶ ଉକ୍ତ ଦ୍ରବ୍ୟରୁ ପୃଥକ୍ ହୋଇ କଢ଼ାଯାଏ ଓ ତାହା ପୁଣି ଚଣ୍ଡଙ୍କ ମନ୍ତ୍ରରେ ଉତ୍ସୃଷ୍ଟ ହୁଏ ଏହାକୁ ଚଣ୍ଡବଳି କହନ୍ତି ଚଣ୍ଡଙ୍କ ପାଇଁ ଏହି କଢ଼ା ହେବା ଅଂଶ ପୂଜକ ବା ପୂଜା— ପଣ୍ଡା ନିଜର ପାରିଶ୍ରମିକ ରୂପେ ନିଏ]