ଚଣ୍ଡୀ
ଦେଖଣା
ଚଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚଣ୍ଡ+ଈ)
[ସମ୍ପାଦନା]- ୧. ଦୁର୍ଗା; ପାର୍ବତୀଙ୍କର ଅସୁରବିଧ୍ୱଂସୀ ଦଶଭୂଜବିଶିଷ୍ଟ ଅବତାର —୧. Goddess Durgā (in her incarnation of demon-killer with ୧୦ arms).
[ଦ୍ରଷ୍ଟବ୍ୟ —ଓଡ଼ିଶାର ୮ ଗୋଟି ସ୍ଥାନରେ ଚଣ୍ଡୀଙ୍କର ପ୍ରଧାନ ବିଗ୍ରହ ଅଛି ବାଣପୁରରେ ଭଗବତୀ, ପୁରୀରେ ବିମଳା, କାକଟପୁରରେ ମଙ୍ଗଳା, ଝଙ୍କଡ଼ରେ ଶାରଳା, ଯାଜପୁରରେ ବିରଜା, ବାଙ୍କିରେ ଚର୍ଚ୍ଚିକା, ସମ୍ୱଲପୁରରେ ସମଲାଇ, ଓ ତାଳଚେରରେ ହିଙ୍ଗୁଳା ଏମାନେ ପରମ ବୈଷ୍ଣବୀ ଓ ହାତରେ ଜପାମାଳା ଧରି ଅଛନ୍ତି]
- ୨. ଅତି କୋପନା ସ୍ତ୍ରୀ —୨. A wrathful or termagent woman; a shrewish woman; virago.
[ବାମକର କପୋଳେ ଚଣ୍ଡୀସ୍ୱରୂପା—ଭଞ୍ଜ. ବୈଦେହୀଶବିଳାସ]
- ୩. କଳିହୁଡ଼ୀ ସ୍ତ୍ରୀ —୩. A quarrelsome woman.
- ୪. ତ୍ରୟୋଦଶାକ୍ଷର ଛାନ୍ଦୋବିଶେଷ —୪. Name of a Sanskritmetre of ୧୩ syllables.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଚଣ୍ଡୀପୁରାଣ) ମାର୍କଣ୍ଡେୟ ପୁରାଣନ୍ତର୍ଗତ ଦେବୀମାହାତ୍ମ୍ୟ; ଦୁର୍ଗାଙ୍କର ଶୁମ୍ଭନିଶୁମ୍ଭ, ମହିଷାସୁର, ଚଣ୍ଡମୁଣ୍ଡାଦି ଅସୁରବଧକୀର୍ତ୍ତନାତ୍ମ ଗ୍ରନ୍ଥ —A part of the Mārkaṇḍeya Purāṇa describing the prowess and doings of Durgā in killing many wicked demons.
ହେବ ଦିବସ ଏକକ୍ଷଣ କ୍ଷଣାଦାବୃଦ୍ଧିକି ଚଣ୍ଡୀ ଶୁପଣାଇବି—ଭଞ୍ଜ. ପ୍ରେମସୁଧାନିଧି
[ଦ୍ରଷ୍ଟବ୍ୟ —ଦୁର୍ଗା ଚଣ୍ଡୀରୂପରେ ଶୁମ୍ଭନିଶୁମ୍ଭ, ରକ୍ତବୀଜ, ଚଣ୍ଡମୁଣ୍ଡ, ମହିଷାସୁର ପ୍ରଭୃତି ରାକ୍ଷସମାନଙ୍କୁ ବଧ କରିଥିଲେ]