Jump to content

ଚଣ୍ଡୀପୁରାଣ

ଉଇକିଅଭିଧାନ‌ରୁ

ଚଣ୍ଡୀପୁରାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(୬ଷ୍ଠୀ ତତ୍; ଚଣ୍ଡୀ+ପୁରାଣ)

[ସମ୍ପାଦନା]

ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଦେବୀମାହାତ୍ମ୍ୟ — A part of the Mārkaṇḍeya Purāṇa describing the prowess and doings of Durgā in her incarnation of Chaṇḍī.

[ଦ୍ରଷ୍ଟବ୍ୟ —ଏହି ଆଖ୍ୟାୟିକାରେ ବର୍ଣ୍ଣିତ ହୋଇ ଅଛି ଯେ ସୁରଥ ନାମରେ ଜଣେ ପ୍ରଜାପାଳକ ରାଜା ଥିଲେ; ସେ ଶତ୍ରୁମାନଙ୍କଦ୍ୱାରା ପରାଜିତ ହୋଇ ଅମାତ୍ୟାଦିପରିତ୍ୟକ୍ତ ଓ ଭ୍ରଷ୍ଟରାଜ୍ୟ ହେଲେ ଅମାତ୍ୟାଦିଙ୍କଦ୍ୱାରା ତାଙ୍କ ଧନ ଅପହୃତ ହେବାରୁ ସେ ମୃଗୟା— ଛଳରେ ବଣକୁ ଯାଇ କୌଣସି ମୁନିଙ୍କ ଆଶ୍ରମରେ କିଛିକାଳ ଅବସ୍ଥାନ କଲେ; ତଥାପି ନିଜ ରାଜ୍ୟର ମମତା ତାଙ୍କ ଚିତ୍ତକୁ ଆକୃଷ୍ଟ କରୁଥାଏ ଏହି ସମୟରେ ସ୍ତ୍ରୀପୁତ୍ରମାନଙ୍କଦ୍ୱାରା ଧନଲୋଭରେ ବିତାଡ଼ିତ ସମାଧି ନାମରେ ଜଣେ ବୈଶ୍ୟ ସେଠାରେ ପହଞ୍ଚିଲେ; ସେ ମଧ୍ୟ ସର୍ବଦା ତ୍ୟକ୍ତ ଗୃହର ମମତାଦ୍ୱାରା ବ୍ୟଥିତ ହେଉଥାନ୍ତି ସୁରଥ ଏହା ଦେଖି ତାଙ୍କ ଆଶ୍ରୟଦାତା ମୁନିଙ୍କୁ ପଚାରିଲେ;—ଯେଉଁ ଅମାତ୍ୟ, ସ୍ତ୍ରୀ ଓ ପୁତ୍ର ଆଦି ଆମ୍ଭମାନଙ୍କ ପ୍ରତି ଅତ୍ୟାଚାର କରିବାକୁ ଆମ୍ଭେମାନେ ଘରୁ ପଳାଇ ଆସି ଏ ଆଶ୍ରମରେ ଆଶ୍ରୟ ନେଇ ଅଛୁଁ ପୁଣି ସେହି ଦୁର୍ବୃତ୍ତମାନଙ୍କ ପ୍ରତି ଆମ୍ଭମାନଙ୍କ ମନ ଆକୃଷ୍ଟ ହେଉଅଛି କାହିଁକି? ମୁନି ଉତ୍ତର କଲେ:—ବିଷ୍ଣୁଙ୍କର ମହାମାୟା ପ୍ରଭାବରୁ ପ୍ରାଣିଗଣ ମମତାରୂପ ଆବର୍ତ୍ତରେ ଓ ସଂସାରର ମୋହଗର୍ତ୍ତରେ ପଡ଼ୁଅଛନ୍ତି; ଏହି ବିଷ୍ଣୁମାୟା ଜଗତରେ ସୃଷ୍ଟି କରିଅଛି, ପାଳନ କରୁଅଛି ଓ ସଂହାର କରୁଅଛି; ଏହି ମାୟା ଜୀବକୁ ମୋହରେ ପକାଏ, ବିଶ୍ୱବାସୀଙ୍କୁ ମୁକ୍ତି ପ୍ରଦାନ କରେ ଓ ବିଶ୍ୱକୁ ବାୟାପି ଅଛି; ରାଜା ପଚାରିଲେ:— ସେ ମହାମାୟା କିଏ? ମୁନି ସେହି ଯୋଗମାୟାଙ୍କ ସ୍ୱରୂପ ଓ ଭିନ୍ନ ଭିନ୍ନ ଆବିର୍ଭାବ ଚଣ୍ଡୀପୁରାଣରେ ବର୍ଣ୍ଣନା କଲେ:—ମହାପ୍ରଳୟରେ ବିଷ୍ଣୁଙ୍କୁ ଅଭିଭୂତ କରିଥିବା ଯୋଗନିଦ୍ରା ସେହି ଅଟନ୍ତି ଓ ଦେବତା— ମାନଙ୍କ କାର୍ଯ୍ୟସିଦ୍ଧି କରିବା ପାଇଁ ଦୁଷ୍ଟ ଦାନବମାନଙ୍କୁ ବଧ କରିବାକୁ ସେ ଯୁଗେଯୁଗେ ପୃଥିବୀରେ ଅବତାର ଗ୍ରହଣ କରନ୍ତି, ସେ ବିଷ୍ଣୁଙ୍କର ଓ ଅନ୍ୟ ଦେବତାମାନଙ୍କର ଶକ୍ତିସଂଭୂତା ଓ ଦେବଶକ୍ତିର ସମଷ୍ଟି ଅଟନ୍ତି; ସେ ମହିଷାସୁର, ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀଜ, ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ ଓ ପରେ ପୁଣି ଯେତେବେଳେ ରାକ୍ଷସମାନେ ମାରିବେ ସେ ସେହି ରାକ୍ଷସମାନଙ୍କୁ ବଧ କରିବାକୁ ପୃଥିବୀରେ ଅବତୀର୍ଣ୍ଣ ହେବେ ବୋଲି ଦେବତାମାନଙ୍କୁ ବର ଦେଇ ଅଛନ୍ତି; ତାଙ୍କରି ପୂଜା କଲେ ମନୁଷ୍ୟମାନେ ସର୍ବ ପାପ, ସର୍ବ ଦୁଃଖ ଓ ସର୍ବ ଦୁର୍ଦଶାରୁ ମୁକ୍ତ ହେବେ ସୁରଥ ଓ ସମାଧି ମୁନିଙ୍କଠାରୁ ଏହା ଶୁଣି ସେହି ଦୁର୍ଗାଙ୍କର ମୃଣୟୀ ପ୍ରତିମା ନିର୍ମାଣ ଓ ପ୍ରତିଷ୍ଠା କରି ପୂଜା କଲେ ଏହି ପୂଜାର ଫଳରେ ସୁରଥ ରାଜ୍ୟ ପାଇଲେ, ବୈଶ୍ୟ ମଧ୍ୟ ଗୃହକୁ ଫେରିଯାଇ ସୁଖଭୋଗ କଲେ ଏହି ସବୁ ବିଷୟ ୧୩: ଅଧ୍ୟାୟରେ ଚଣ୍ଡୀପୁରାଣରେ ବର୍ଣ୍ଣିତ ହୋଇଅଛି]