ଚଣ୍ଡୀମଣ୍ଡପ
ଦେଖଣା
ଚଣ୍ଡୀମଣ୍ଡପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚଣ୍ଡୀ+ମଣ୍ଡପ)
[ସମ୍ପାଦନା]- ୧. ଯେଉଁ ମଣ୍ଡପ ବା ମେଲାରେ ଚଣ୍ଡୀପାଠ ଓ ବାର୍ଷିକ ଶାରଦୀୟ ଦୁର୍ଗାପୂଜା ହୁଏ — ୧. An open thatched pavillion where Chaṇḍī Purāṇa is recited and Durga is worshipped during the month of Āṡwina.
- ୨. ଗ୍ରାମର ସାଧାରଣ ଠାକୁରାଣୀ—ମଣ୍ଡପ — ୨. The temple of the village Goddess where villagers perform their common worship and assemble for social purposes.
[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ଅନେକ ଗ୍ରାମରେ ଚଣ୍ଡୀମଣ୍ଡପ ଅଛି ଓଡ଼ିଶାରେ ଅନେକ ଗ୍ରାମରେ 'ଭାଗବତଟୁଙ୍ଗୀ' ଓ ଗ୍ରାମ ଦେବତାଙ୍କ ମଣ୍ଡପ ବା ମନ୍ଦିରମାନ ଅଛି ସାହେବମାନଙ୍କ 'କ୍ଲବ' ଘରେ ଯେଉଁପରି ଗ୍ରାମବାସୀ ବା ସ୍ଥାନୀୟ ସାଧାରଣ ଲୋକେ ସନ୍ଧ୍ୟା ପରେ ସମ୍ମିଳିତ ହୋଇ ବଇଠକ କରନ୍ତି ଓ ନାନାଦି ବିଷୟର ଚର୍ଚ୍ଚା କରନ୍ତି, ବଙ୍ଗଦେଶରେ ଚଣ୍ଡୀମଣ୍ଡପରେ ଓ ଓଡ଼ିଶାର ଭାଗବତ— ଟୁଙ୍ଗୀ ଓ ଠାକୁରଘର ମାନଙ୍କରେ ସେହିତା ହୁଏ]