Jump to content

ଚଣ୍ଡେଶ୍ୱର

ଉଇକିଅଭିଧାନ‌ରୁ

ଚଣ୍ଡେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚଣ୍ଡ+ଈଶ୍ୱର)

[ସମ୍ପାଦନା]
୧. ଶିବଙ୍କର ଅନୁଚର— ବିଶେଷ —୧. The chief attendant of Ṡiba and the participator of a fixed portion of food offered to Ṡiba.

[ଦ୍ରଷ୍ଟବ୍ୟ —ମହାଦେବଙ୍କୁ ନିବେଦିତ ଦ୍ରବ୍ୟର ଏକଚତୁର୍ଥାଂଶ ବା ଏକଦଶମାଂସ ବା ଷୋଡ଼ଶାଂସ ଏହାଙ୍କୁ ଉତ୍ସର୍ଗ କରାଯାଏ]

୨. ରକ୍ତବର୍ଣ୍ଣ ଶରୀରଧାରୀ ଶିବଙ୍କର ଏକରୂପ (ହିନ୍ଦୀ - ଶବ୍ଦସାଗର); ଶିବମୂର୍ତ୍ତିବିଶେଷ —୨. A red-tinted image or incarnation of Ṡiba.
୩. ଭୁବନେଶ୍ୱର ଲିଙ୍ଗରାଜ ବେଢ଼ାମଧ୍ୟରେ ଈଶାନ— କୋଣରେ ସ୍ୱତନ୍ତ୍ର ମନ୍ଦିରରେ ଅବସ୍ଥିତ ଶିବଲିଙ୍ଗ— ବିଶେଷ —୩. One of the images representing God Ṡiba set up in a separate temple to the north-east of the Lingarāja temple of Bhubaneswar, to whom separate offering isd aily offered.

[ଦ୍ରଷ୍ଟବ୍ୟ —ଭୁବନେଶ୍ୱରସ୍ଥ ଲିଙ୍ଗରାଜ ସାଧାରଣ ଶିବ ନ ଥାଇ ସ୍ୱୟମ୍ଭୁ ଲିଙ୍ଗ ଅଟନ୍ତି, ଅତଏବ ତାଙ୍କ ଭୋଗରୁ ନିର୍ଦ୍ଦିଷ୍ଟ ଅଂଶ ଚଣ୍ଡେଶ୍ୱରଙ୍କୁ ଉତ୍ସୃଷ୍ଟ ହୁଏ ନାହିଁ ସେ ସ୍ୱୟମ୍ଭୁ ଲିଙ୍ଗ ଥିବାରୁ ତାଙ୍କ ଭୋଗରେ ଚଣ୍ଡାଧିକାର ନାହିଁ ଏଥିପାଇଁ ସାଧାରଣ ଶିବଙ୍କ ପ୍ରସାଦ ଅଗ୍ରାହ୍ୟ ହେଲେ ମଧ୍ୟ ଲିଙ୍ଗରାଜଙ୍କ ପ୍ରସାଦକୁ ସମସ୍ତେ ଖାଇ ପାରନ୍ତି (ଶିବପୁରାଣ, ଲିଙ୍ଗପୁରାଣ) ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଭୋଗରୁ ଚଣ୍ଡ କଢ଼ାଯାଉ ନ ଥିବାରୁ ଏଠାରେ ଚଣ୍ଡେଶ୍ୱରଙ୍କୁ ସ୍ୱତନ୍ତ୍ର ଭୋଗ ଦିଆ ଯାଏ]