Jump to content

ଚନ୍ଦନ ଅର୍ଗଳି

ଉଇକିଅଭିଧାନ‌ରୁ

ଚନ୍ଦନ ଅର୍ଗଳି

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚନ୍ଦନ+ ଅର୍ଗଳ; ଜଗନ୍ନାଥଙ୍କ ଦେଉଳର ଅର୍ଗଳମାନ ସଂଭବତଃ ଚନ୍ଦନକାଠରେ ଥିବାରୁ) —ଦେବତାଙ୍କ ଦର୍ଶନ ନିମିତ୍ତ ଗମ୍ଭୀର ବା ଦେଉଳ ମଧ୍ୟକୁ ଯିବା ପୂର୍ବରୁ କାଟରେ ଦୁଇପାଖେ ଖୁଣ୍ଟ ପୋତା ହୋଇ ଖୁଣ୍ଟାର ଛିଦ୍ରମାନଙ୍କରେ ଯେଉଁ କାଠର ଲମ୍ୱ ଗଳା ଯାଇ— ଥାଏ ଓ ଯାହା ଫିଟାଇଦେଲେ ବାଟ ମେଲା ହୁଏ ଓ ପକାଇ— ଦେଲେ ବାଟ ବନ୍ଦ ହୁଏ —Stout wooden bars put at the entrance to the main temple of a Deity.

ହାରେ ଚନ୍ଦନ ଅର୍ଗଳି ଭଜାଣି ଉଠନ୍ତି ପ୍ରାଚୀ, ବ୍ରହ୍ମନିରୂପଣଗୀତା