Jump to content

ଚନ୍ଦ୍ରକଳା

ଉଇକିଅଭିଧାନ‌ରୁ

ଚନ୍ଦ୍ରକଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚନ୍ଦ୍ର+ କଳା)

[ସମ୍ପାଦନା]
୧. ପୂର୍ଣ୍ଣ ଚନ୍ଦ୍ରର ୧୬: ଅଂଶର ଏକାଂଶ; ଚନ୍ଦ୍ର— ମଣ୍ଡଳର ଷୋଡ଼ଶ ଭାଗର ଏକ ଭାଗ — ୧. One of the ୧୬ parts of a full moon; a digit of the moon's orb.

ଝୁରେ ଯେତେ ଚନ୍ଦ୍ରକଳା ଅଦର୍ଶନେ କୁମୁଦାକର ରାଧାନାଥ, ଉଷା

[ଦ୍ରଷ୍ଟବ୍ୟ —ଚନ୍ଦ୍ରଙ୍କର ଷୋଡ଼ଶ କଳାର ନାମ—ପୂଷା, ଯଶା, ସୁମନସା, ରତି ପ୍ରାପ୍ତି, ଧୃତି, ଋଦ୍ଧି, ସୌମ୍ୟା, ମରୀଚି, ଅଂଶୁମାଳିନୀ, ଅଙ୍ଗିରା, ଶଶିନା, ଛାୟା, ସଂପୂର୍ଣ୍ଣମଣ୍ଡଳା, ତୁଷ୍ଟି ଓ ଆରତା]

୨. ଚନ୍ଦ୍ରମଣ୍ଡଳରେ ଦେଖାଯିବା କଳଙ୍କ — ୨. Spots on the moon's disc.
୩. ସ୍ୱର୍ଗବେଶ୍ୟାବିଶେଷ — ୩. Name of a heavenly nymph.

କିମଳ ଚିବୁକକୁ ଛୁଇଁ, ବିଜୟୀ ଚନ୍ଦ୍ରକଳା ହୋଇ ଭଞ୍ଜ, ବୈଦେହୀଶବିଳାସ

୪. ଚନ୍ଦ୍ରକିରଣ (ହିନ୍ଦୀ - ଶବ୍ଦସାଗର) — ୪. Moon's rays.
୫. ଛୋଟ ଢୋଲ (ହିନ୍ଦୀ - ଶବ୍ଦସାଗର) — ୫. A small drum.
୬. ସଙ୍ଗୀତର ତାଳବିଶେଷ — ୬. Name of a musical measure or cadence.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କବିସୂର୍ଯ୍ୟଙ୍କ ସମକାଳୀନ ଜଳନ୍ତର ରାଜାଙ୍କର ପାଳିତା କନ୍ୟା —୧. Name of a girl brought up by the raja of jaḻantara who was the patron of the oria poet Kabisūrj̄ya.
୨. କବିସୂର୍ଯ୍ୟଙ୍କଦ୍ୱାରା ଲାବଣ୍ୟବତୀ କାବ୍ୟର ଅନୁକରଣରେ ଲିଖିତ ଓ ଜଳନ୍ତରେ ରାଜା ରାମଚନ୍ଦ୍ରଙ୍କର ନାମରେ ଭଣିତ ଆସମ୍ପନ୍ନ କାବ୍ୟବିଶେଷ —୨. Title of an unfinished Oria poem by poet Kabisūrj̄ya.