ଚନ୍ଦ୍ରଗୁପ୍ତ
ଚନ୍ଦ୍ରଗୁପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ଚିତ୍ରଗୁପ୍ତ (ଦେଖ) - Chitragupta (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗ୍ରୀକ୍ମହାବୀର ସିକନ୍ଦରଙ୍କ ସମସାମୟିକ ଓ ଖ୍ରୀ: ପୂ: ଚତୁର୍ଥ ଶତାବ୍ଦୀର ଭାରତସମ୍ରାଟ —An emperor of India (whose capital was Magadha), a contemporary of Alexander the Great.
[ଦ୍ରଷ୍ଟବ୍ୟ —ଏ ମଗଧ ଦେଶର ପ୍ରଥମ ମୌର୍ଯ୍ୟବଂଶୀ ରାଜା ପାଟଳୀପୁତ୍ର ଏହାଙ୍କ ରାଜଧାନୀ ଥିଲା ଏ ବଲ୍ଖ୍ ରାଜ୍ୟର ଗ୍ରୀକ୍ରାଜା ସେଲ୍ୟୁକସଙ୍କୁ ଜୟ କରି ତାଙ୍କ କନ୍ୟାଙ୍କୁ ବିବାହ କରିଥିଲେ ଏ ରାଜା ମହାପଦ ନନ୍ଦଙ୍କର ମୁରାନାମ୍ନୀ ରକ୍ଷିତା ଦାସୀର ପୁତ୍ର ଥିଲେ ଚାଣକ୍ୟଙ୍କ କୂଟନୀତି ସାହାଯ୍ୟରେ ଏ ମହାନନ୍ଦଙ୍କୁ ମାରି ନନ୍ଦବଂଶୀୟମାନଙ୍କର ଉଚ୍ଛେଦସାଧନ କରି ମଗଧରାଜସିଂହାସନ ଅଧିକାର କଲେ ବିଶାଖ— ଦତ୍ତଙ୍କ ସଂସ୍କୃତ ମୃଦ୍ରାରାକ୍ଷସ ନାଟକ ଏହାଙ୍କୁ ଲକ୍ଷ୍ୟ କରି ରଚିତ; ଏ ବିଶେଷ ପ୍ରତାପୀ ଥିଲେ ଓ ପଞ୍ଜାବରୁ ଯବନମାନଙ୍କୁ ବିତାଡ଼ିତ କରିଥିଲେ ଏ ଖ୍ରୀ: ପୂ: ୩୨୭:ରେ ସିଂହାସନ ଆରୋହଣ କରି ୨୪: ବର୍ଷ ରାଜତ୍ୱ କରିଥିଲେ ଗାରୀକ୍ମାନେ ଏହାଙ୍କୁ 'ସାନ୍ଦ୍ରାକୋଟସ୍' ନାମରେ ଡାକୁଥିଲେ]
- ୨. ୪ର୍ଥ ଶତାବ୍ଦୀର ଗୁପ୍ତବଂଶର ଜଣେ ପ୍ରତାପୀ ରାଜା — ୨. Name of a powerful king of the Gupta Dynasty.
[ଦ୍ରଷ୍ଟବ୍ୟ —ଏହାଙ୍କୁ କେହିକେହି ବିକ୍ରମ ବା ବିକ୍ରମାଦିତ୍ୟ କହନ୍ତି ଏ ୩୧୮: ଖ୍ରୀଷ୍ଟାବ୍ଦରେ ସମସ୍ତ ଉତ୍ତରଭାରତରେ ସାମ୍ରାଜ୍ୟ ସ୍ଥାପିତ କରିଥିବାର ଶିଳାଲିପିରୁ ଜଣାଯାଉଅଛି କେହିକେହି ଅନୁମାନ କରନ୍ତି ଯେ ଏ ଗୁପ୍ତସଂବତ୍ ଚଳାଇ ଥିଲେ (ଏହାଙ୍କ ରାଣୀ କୁମାରୀ ଦେବୀ)]
- ୩. ଉପରୋକ୍ତ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତଙ୍କ ପୁତ୍ର — ୩. Name of the grandson of the above Chandragupta.
[ଦ୍ରଷ୍ଟବ୍ୟ —ଏହାଙ୍କର ଅନ୍ୟ ନାମ ବିକ୍ରମାଙ୍କ ବା ଦେବରାଜ ଏ ନେପାଳ ରାଜକନ୍ୟା ଧ୍ରୁବଦେବୀଙ୍କ ବିବାହ କରିଥିଲେ ଏ ଖ୍ରୀ; ୪ ଠାରୁ ୪୧୩: ପର୍ଯ୍ୟନ୍ତ ରାଜତ୍ୱ କରି ଦିଗ୍ୱିଜୟ କରି ଅନେକ ଦେଶର୍ କୀର୍ତ୍ତିସ୍ଥାପନ କରିଥିବାର ଶିଳାଲେଖରୁ ଜଣାଯାଏ (ହିନ୍ଦୀ - ଶବ୍ଦସାଗର)]