Jump to content

ଚନ୍ଦ୍ରଚୋର ବାହିନୀପତି

ଉଇକିଅଭିଧାନ‌ରୁ

ଚନ୍ଦ୍ରଚୋର ବାହିନୀପତି

ଉଚ୍ଚାରଣ

[ସମ୍ପାଦନା]

(ଚାନ୍ଦରାଏଗୁରୁ—ଅନ୍ୟ ନାମ)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମୋଗଲ ବାଦଶାହା ଆକବରଙ୍କ ରାଜତ୍ୱକାଳର ପୁରୀ ଜିଲ୍ଲା ରାହାଙ୍ଗ ପ୍ରଗନ୍ନାର ବୀର— ନରସିଂହପୁର ଶାସନର ଜଣେ ପ୍ରସିଦ୍ଧ ତାନ୍ତ୍ରିକ ବ୍ରାହ୍ମଣ — Name of a Brahman Pandit of Puri district in the reign of Akbar, who is reputed to have acquired supernatural powers by Tantric exercises.

[ଦ୍ରଷ୍ଟବ୍ୟ —ଏ ଆକବର ବାଦଶାହାଙ୍କ ଦରବାରରେ ତନ୍ତ୍ରବଳରେ ଆଶ୍ଚର୍ଯ୍ୟଜନକ ଶକ୍ତି ଦେଖାଇଥିଲେ କଥିତଅଛି ଦିନେ ପୂର୍ଣ୍ଣିମାଦିନ ରାଜସଭାରେ ଏ କହିପକାଇଲେ ଯେ ଆଜି ଅମାବାସ୍ୟା ଅଟେ ଏହା ଦେଖି ସଭାପଣ୍ଡିତମାନେ ହସିଲେ ଏଥିରେ ଏ ଲଜ୍ଜିତ ହୋଇ ବସାକୁ ଫେରିଆସି ଇଷ୍ଟଦେବୀଙ୍କୁ ଧ୍ୟାନ କରି ଏହି ବର ମାଗିଲେ ଯେ "ଆଜି ଚନ୍ଦ୍ର ଉଦୟ ହେବେ ନାହିଁ" ଏଥିରେ ଦେବୀ ରାଜି ହୋଇ ଚନ୍ଦ୍ରୋଦୟ ପୂର୍ବରୁ ଚନ୍ଦ୍ରଙ୍କୁ ଘେନ୍ଆସି ଏହାଙ୍କ ବସାରେ ହାଣ୍ଡିତଳେ ଲୁଚାଇଦେଲେ ଏଣେ ସନ୍ଧ୍ୟାବେଳେ ଚନ୍ଦ୍ର ଉଦୟ ନ ହେବାରୁ ବାଦଶାହା ଆଶ୍ଚର୍ଯ୍ୟାନ୍ୱିତ ହୋଇ ଏହାଙ୍କୁ ଡକାଇ ପଠାଇଲେ ଓ ଏହାଙ୍କର ଏହି ଅସାଧାରଣ କ୍ଷମତା ଯୋଗୁଁ ଏହାଙ୍କୁ ପୁରସ୍କୃତ ଓ ସମ୍ମାନିତ କଲେ ଏହାଙ୍କ ଭାଇଙ୍କ ନାମ ଶୁଣି ବିଶି ପାଡ଼ୁଶୀ)