Jump to content

ଚନ୍ଦ୍ରଶେଖର ସାମନ୍ତ

ଉଇକିଅଭିଧାନ‌ରୁ

ଚନ୍ଦ୍ରଶେଖର ସାମନ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳର ଗଡ଼ଜାତ ଖଣ୍ଡପଡ଼ାର ରାଜବଂଶୀୟ ପ୍ରସିଦ୍ଧ ସ୍ୱର୍ଗୀୟ ଜୋତିର୍ବିଦ୍ —Name of the late astronomer of Khaṇḍapaṟḍ̠ā Raj family of Orissa.

[ ଦ୍ର—ଏହାଙ୍କର ପୁରାନାମ ମହାମହୋପାଧ୍ୟାୟ ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଏ ତଦାନୀନ୍ତନ ରାଜାଙ୍କର ପିତୃବ୍ୟ ଥିଲେ, କିନ୍ତୁ ଏହାଙ୍କର ସାଂସାରିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା ଏହାଙ୍କ ପିତା ଶ୍ୟାମବନ୍ଧୁ ଜ୍ୟୋତିଷ ଶାସ୍ତ୍ରରେ ପଣ୍ଡିତ ଥିଲେ ଚନ୍ଦ୍ରଶେଖର ପିତାଙ୍କ ଠାରୁ ଜ୍ୟୋତିଷ ଶିକ୍ଷାକଲେ ଓ ପରେ ସଂସ୍କୃତ ଭାଷା ଶିକ୍ଷା କରି ପୁରାତନ ଜ୍ୟୋତିଷ ଗ୍ରନ୍ଥମାନ ଆୟତ୍ତ କରି, ଭାସ୍କରାଚାର୍ଯ୍ୟ ଆଦି ଜ୍ୟୋତିଷାଚାର୍ଯ୍ୟମାନଙ୍କର ପୂର୍ବକାଳର ଗଣନା ଅନୁସାରେ ଗ୍ରହ, ରାଶି ଓ ନକ୍ଷତ୍ରମାନଙ୍କର ଗତି ଓ ସ୍ଥିତି ବଦଳିଥିବାର ସିଦ୍ଧାନ୍ତ କଲେ ଓ 'ସିଦ୍ଧାନ୍ତଦର୍ପଣ' ନାମରେ ଗୋଟିଏ ଉତ୍କୃଷ୍ଟ ଜ୍ୟୋତିଷଗ୍ରନ୍ଥ ସଂସ୍କୃତ ପଦ୍ୟରେ ରଚନା କଲେ ଦୂରବୀକ୍ଷଣ ଆଦି ବୈଜ୍ଞାନିକ ଯନ୍ତ୍ରମାନଙ୍କର ବିନା ସାହାଯ୍ୟରେ ସାମାନ୍ୟ କେତେଣ୍ଡ କାଠି ଓ ସୂତାଦ୍ୱାରା ମାପି ଜ୍ୟୋତିଷମାନଙ୍କ ସମ୍ୱନ୍ଧେ ଏ ଯେଉଁ ତଥ୍ୟ ମାନଙ୍କରେ ଉପନୀତ ହୋଇଥିଲେ ତାହା ଦେଖି ପାଶ୍ଚାତ୍ୟ ପଣ୍ଡିତମାନେ ବିସ୍ମିତ ହୋଇଥିଲେ କଟକ କଲେଜର ବିଜ୍ଞାନାଚାର୍ଯ୍ୟ ରାୟବାହାଦୂର ଯୋଗେଶ୍ଚନ୍ଦ୍ର ଚନ୍ଦ୍ରଶେଖରଙ୍କ ଅସାଧାରଣ ପ୍ରତିଭା ପ୍ରତି ପାଶ୍ଚାତ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କଲେ ଚନ୍ଦ୍ରଶେଖରଙ୍କ ଗଣନା ଅନୁସାରେ ନୂତନ ପାଞ୍ଜି ପ୍ରସ୍ତୁତ ହୋଇ ତାହା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତ ସଭାଦ୍ୱାରା ଅନୁମୋଦିତ ହେଲା ଓ ତଦନୁସାରେ ବଡ଼ଦେଉଳର ନୀତିମାନ ଚାଳିତ ହେଲା

ମୃତ୍ୟୁର ଅଳ୍ପକାଳ ପୂର୍ବରୁ ଗଭର୍ଣ୍ଣମେଣ୍ଟ ଏହାଙ୍କୁ ମହାମହୋପାଧ୍ୟାୟ ଉପାଧି ଓ ମାସିକ ଟ୫ ବୃତ୍ତି ଦେଲେ ଏ ଧର୍ମପ୍ରାଣ ଓ ନିଷ୍ଠାପର ହିନ୍ଦୁ ଥିଲେ ଏହାଙ୍କ ବିଷୟ ବିଲାତର ବିଖ୍ୟାତ ଜ୍ୟୋତିଷୀ ମଣ୍ଡର୍ ସାହେବ (E. W. Maunder) ତାଙ୍କର ଯନ୍ତ୍ର— ସାହାର୍ଯ୍ୟ ବିନା ଜ୍ୟୋତିଷଚର୍ଚ୍ଚା (Astromony without a telescope) ଗ୍ରନ୍ଥରେ ଲେଖିଅଛନ୍ତି ଓ ବିଲାତର ପ୍ରଧାନ ବୈଜ୍ଞାନିକ ପତ୍ରିକା ନଲେଜ (Knowledge, Vol. ୨୨)ରେ 'ସିଦ୍ଧାନ୍ତଦର୍ପଣ' ଗ୍ରନ୍ଥର ଗଣନା ସମ୍ୱନ୍ଧେ ପ୍ରଶଂସାସୂଚକ ମନ୍ତବ୍ୟ ପ୍ରକାଶିତ ହୋଇଅଛି ଆମେରିକା, ଜର୍ମାନୀ, ହଲାଣ୍ଡ ଓ ଇଟାଲୀ ଆଦି ଦେଶରେ ଏ ମଧ୍ୟ ପ୍ରତ୍ତିପତି ଲାଭ କରିଥିଲେ ]