Jump to content

ଚନ୍ଦ୍ରହାସ

ଉଇକିଅଭିଧାନ‌ରୁ

ଚନ୍ଦ୍ରହାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚନ୍ଦ୍ର+ହସ୍ ଧାତୁ+ଅ; ଉଜ୍ଜଳତାରେ ଯେ ଚନ୍ଦ୍ରକୁ ଉପହାସ କରେ)

[ସମ୍ପାଦନା]
୧. ରାବଣର ଖଡ୍ଗ — ୧. The sword of Rābaṇa.

ବଧିକି ଅବଧି ଚନ୍ଦ୍ରହାସ ଘେନି ଚନ୍ଦ୍ରହାସ ଶୋଭି ଥାଅ ଜାଣରେ ଭଞ୍ଜ. ବୈଦେହୀଶବିଳାସ

୨. ରୌପ୍ୟ —୨. Silver.
୩. ଚକଚକିଆ ତରବାରି —୩. A dazzling sword; a glittering scimitar (M.W.)

ଦ୍ୱିରୁକି କେବଳ ସିନା ଚନ୍ଦ୍ରୋଜ୍ଜ୍ୱଳ ଭୂଷା ଯାହାଙ୍କର ଚନ୍ଦ୍ରହାସ ବ୍ରଣାଙ୍କିତ ଦେହେ ରାଧାନାଥ. ମହାଯାତ୍ରା

୪. ଚନ୍ଦ୍ରୋଦୟ ବା ଚନ୍ଦ୍ରକିରଣ ପରି ମନୋହର ହାସ୍ୟ — ୪. A sweet smile (compared to the rising of the moon or the moon's ray.

ବଧିବି ଅବଧି ଚନ୍ଦ୍ରହାସ ଘେନି ଚନ୍ଦ୍ରହାସଶୋଭି ଥାଅ ଜାଣିରେ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବି—(୬ଷ୍ଟୀ ତତ୍)

[ସମ୍ପାଦନା]

ଚନ୍ଦ୍ରକିରଣ —Moon light.

ବୋଲାଇବା ପଦ୍ମିନୀ ସକାଶେ କିନାଶିତା ହେଲୁ କିବା ଚନ୍ଦ୍ରହାସେ ଭଞ୍ଜ. ବୈଦେହୀଶବିଳାସ