ଚନ୍ଦ୍ରା
ଦେଖଣା
ଚନ୍ଦ୍ରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚନ୍ଦ୍ର+ଆ)
[ସମ୍ପାଦନା]- ୧. ଚନ୍ଦ୍ରାଚପ; ଚାନ୍ଦୁଆ — ୧. Awning; canopy.
- ୨. ଅଳାଇଚ —୨. Cardamum.
- ୩. ଗୁଳୁଚି ଲତା — ୩. Coccutus Cardifolius (creeper).
- ୪. ଚାରିଆଡ଼ ମେଲା କିନ୍ତୁ ଛାତ ତଳେ ବନ୍ଦ ହୋଇଥିବା ଘର — ୪. A hall covered only at the top (M.W.).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚନ୍ଦାବଳୀର ଡ଼ାକ ନାମ — ୧. A name for calling Chandrābaḻī
ଚନ୍ଦ୍ରାମୂରତି କିନ୍ତୁ କରତି ପକାଉଛି କାମ ଛାତି— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୨. ଚନ୍ଦ୍ର ନାମକ ବ୍ୟକ୍ତିର ଅନାଦର ଡ଼ାକ ନାମ — ୨. A name for calling a person named Chandra in familiarity.
- ୩. ବହୁପୁରୁଷ ହେଲା ଓଡ଼ିଶାରେ ଉପନିବେଶ କରି ଆଚାର ବ୍ୟବହାର ଓ ଚାଲିଚଳନରେ ଓଡ଼ିଆ ପାଲଟି ଯାଇଥିବା ବଙ୍ଗାଳି ବଣିଆଙ୍କ ବଂଶୋପାଧି (ବଙ୍ଗୀୟ ଚନ୍ଦ୍ର ଉପାଧିର ଅପଭ୍ରଂଶ) —୩. A family title of Bengalee goldsmiths domiciled and naturalised in Orissa for generation.
[ଦ୍ରଷ୍ଟବ୍ୟ —କଟକ ଜିଲ୍ଲାର କୋଦିଣ୍ଡା ପ୍ରଗନ୍ନାରେ 'ଚନ୍ଦ୍ରା' ଉପାଧି ଧାରୀ ବଣିଆ ଓ ଶୂଦ୍ର ଅଛନ୍ତି ]