Jump to content

ଚନ୍ଦ୍ରିକା

ଉଇକିଅଭିଧାନ‌ରୁ

ଚନ୍ଦ୍ରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚନ୍ଦ+ଇକ+ଆ)

[ସମ୍ପାଦନା]
୧. ଚନ୍ଦ୍ରକିରଣ — ୧. Moonlight.
୨. ନୟନତାରା —୨. The pupil of the eye.
୩. ଚନ୍ଦ୍ରଭାଗା ନଦୀ —୩. River Chandrabhāgā.
୪. ମୟୂରପୁଚ୍ଛର ଗୋଲାକାର ଚିତ୍ରିତ ଚିହ୍ନ — ୪. The circular multicoloured mark or eye on the tail-feather of a peacock.
୫. ଟଙ୍କାଚାନ୍ଦିମାଛ —୫. The chanda fish; a kind of small circular white water-fish.
୬. ଅଭ୍ର — ୬. Mica.
୭. ୧୩: ଅକ୍ଷର ଯୁକ୍ତ ଛନ୍ଦୋବିଶେଷ; ଉଜ୍ଜ୍ୱଳିନୀଛନ୍ଦ — ୭. A metre of ୧୩ letters.

[ ଦ୍ର—ଏଥିର ୧, ୧୧: ଓ ୧୩: ବର୍ଣ୍ଣ ଗୁରୁ ]

୮. ଶ୍ୱେତ କଣ୍ଟକାରୀ ଗୁଳ୍ମ —୮. A kind of thorny plant; Ranwofolia Serpentina.
୯. ହାଲିମ (ଦେଖ) - ୯. Hālima (See)
୧. ଆଭା; ଜ୍ୟୋତିଃ —୧୦. Splendour (M.W.)
୧୧. ଟାଙ୍ଗର;;ଚନ୍ଦା —୧୧. Baldness. (M.W.)
୧୨. ଅଳାଇଚ —୧୨. Cardamums (M.W.)
୧୩. ମଲ୍ଲୀ ଫୁଲ —୧୩. Jasmine; Jasminum. Zambac (M.W.)
୧୪. ସଉପ — ୧୪. Trigonella Fenugreek (M.W.)
୧୫. ଚନ୍ଦ୍ରଭାଗା ନଦୀ — ୧୫. A name of the Chandrabhāgā river.
୧୬. (ଅନ୍ୟ ଶବ୍ଦ ପରେ ଯୁକ୍ତ ହେଲେ) କୌଣସି ବିଷୟର ଆଲୋଚନା ବା ବ୍ୟାଖ୍ୟାମୂଳକ ଗ୍ରନ୍ଥ — ୧୬. Elucidation of a particular subject. (M.W.)

[ ଦ୍ର— କେତେକ ବ୍ୟାଖ୍ୟା, ଟୀକା ଓ ବ୍ୟାକରଣ ଗ୍ରନ୍ଥ ପରେ ଏ ପଦ ଯୁକ୍ତ ହୁଏ ଯଥା—ଅଳଙ୍କାରଚନ୍ଦ୍ରିକା, ସିଦ୍ଧାନ୍ତଚନ୍ଦ୍ରିକା କାତନ୍ତ୍ରଚନ୍ଦ୍ରିକା ]

୧୭. ତଗରାଦି ବର୍ଗର କ୍ଷୁପବିଶେଷ (ଯୋଗେଶଚନ୍ଦ) — ୧୭. A flowering shrub.

[ ଦ୍ର—ଅଥିର ଫୁଲ ଧଳା, ଫୁଲ ଭିତର ଆନୀଳ ରକ୍ତ, ଫଳ କୃଷ୍ଣ ବର୍ଣ୍ଣ ଓ ଯୋଡ଼ା ଯୋଡ଼ା , ପ୍ରତି ଗଣ୍ଠିରେ ୩/୪: ଟା ପତ୍ର ବଳୟା କାରରେ ଥାଏ, ଚେର ଔଷଧରେ ଲାଗେ ]