Jump to content

ଚମ୍ପକ

ଉଇକିଅଭିଧାନ‌ରୁ

ଚମ୍ପକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚମ୍ପଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଚମ୍ପାପୁଂଲ ଓ ଗଛ —୧. The Champaka flower and tree; Michelia Champaka

[ଦ୍ରଷ୍ଟବ୍ୟ —ଏହି ପୁଂଲ ହେମବର୍ଣ୍ଣ ଓ ଉଗ୍ରନ୍ଧବିଶିଷ୍ଟ ନାନାବର୍ଣ୍ଣର ଚମ୍ପକ ପୁଷ୍ପ ଦେଖାଯାଏ ଯଥା—ନାଲିମିଶା ହଳଦିଆ, ଗାଢ଼ ହଳଦିଆ, ଫକ୍କା ହଳଦିଆ ଓ ଧଳା ମୂର୍ଖମାନେ 'ଚମ୍ପକ'କୁ 'ଚମ୍ପେକ' ବୋଲି ଉଚ୍ଚାରଣ କରନ୍ତି କୈଣସି କୌଣସି ଓଡ଼ିଆ ପୁସ୍ତକରେ ମଧ୍ୟ ଏପରି ଲେଖାଥିବାର ଦେଖାଯାଏ]

୨. ନଗରବିଶେଷ — ୨. Name of a town in ancient India.

[ଦ୍ରଷ୍ଟବ୍ୟ —ଏହା ପୂର୍ବେ ଅଙ୍ଗ ଦେଶର ରାଜଧାନୀ ଥିଲା; କର୍ଣ୍ଣ. ଏଥିର ରାଜା ଥିଲେ ଆଧୁନିକ ଭାଗଲପୁରର ପାଖଆଖରେ ଏ ନଗରୀ ଥିଲା]

୩. ଚମ୍ପାକଦଳୀ — ୩. A kind of banana with sweet smell.
୪. ସାଂଖ୍ୟଦର୍ଶନୋକ୍ତ ସିଦ୍ଧିବିଶେଷ; ରମ୍ୟକସିଦ୍ଧି (ହିନ୍ଦୀ - ଶବ୍ଦ— ସାଗର) —୪. A kind of success in meditation.
୫. ଦୀପକରାଗର ପୁତ୍ର; ରାଗବିଶେଷ (ହିନ୍ଦୀ - ଶବ୍ଦସାଗର) — ୫. Name of a musical tune.

[ଦ୍ରଷ୍ଟବ୍ୟ —ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଏହା ଦିବସର ୩ୟ ପ୍ରହରରେ ଗେୟ]