Jump to content

ଚର

ଉଇକିଅଭିଧାନ‌ରୁ

ଚର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ=ଗମନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ରାଜଦୂତ —୧. Ambassador; royal- messenger.
୨. ଗୁପ୍ତଦୂତ —୨. Spy; secret emissary.
୩. ନଦୀଗର୍ଭରେ ନଈବଢ଼ିଦ୍ୱାରା ଆନୀତ ଓ କ୍ରମସଞ୍ଚିତ ଭୂଭାଗ; ଚଡ଼ା; ପଟୁ; ବାଲିଚର — ୩. Alluvial land; chur land.
୪. ଗୋଚାରଣ ଭୂମି —୪. Pasture.
୫. (ଜ୍ୟୋତିଷ) ମେଷ, କର୍କଟ, ତୁଳ ଓ ମକର ରାଶି — ୫. (astronomy) The four signs raun (aries; carb) (cancer); balance (libra); shark (capricorn) in the zodiac.
୬. (ଜ୍ୟୋତିଷ) ସ୍ୱାତୀ, ପୂନର୍ବସ୍ତୁ ଓ ଶ୍ରବଣା ନକ୍ଷତ୍ର — ୬. (astronomy) Three constellation or lunar mansions-viz; swati (୧୫th) puner basu (୭th); srabana (୨୩rd).
୭. କପର୍ଦ୍ଦକ; କଉଡ଼ି —୭. Cowrie; sea-shell.
୮. ଜୀବ; ପ୍ରାଣୀ —୮. Animal; living being.
୯. ଅକ୍ଷକ୍ରୀଡ଼ାବିଶେଷ —୯. Game of chess.
୧. ମଙ୍ଗଳଗ୍ରହ —୧୦. The planet mars.
୧୧. ଖଞ୍ଜନପକ୍ଷୀ (ହିନ୍ଦୀ - ଶବ୍ଦସାଗର) —୧୧. A bird.
୧୨. ପଶାଦ୍ୱାରା ଖେଳାଯିବା ଏକ ପ୍ରକାର ଜୁଆ (ହିନ୍ଦୀ - ଶବ୍ଦସାଗର) — ୧୨. A kind of gambling in the dice.

ଚତରା, ଚରତ୍ୱବି

ବିଶେଷଣ -

[ସମ୍ପାଦନା]
୧. ଗତିବିଶିଷ୍ଟ; ଜଙ୍ଗମ — ୧. Moveable, moving.

(ଯଥା—ଚର ନକ୍ଷତ୍ର)


୨. ଅସ୍ଥିର —୨. Unsteady; restless.
୩. ଜୀବ ବା ପ୍ରାଣଯୁକ୍ତ —୩. Living; animate.
୪. ଯେ ବିଚରଣ କରେ; ଗମନକାରୀ —୪. Moving about in; one who moves or goes about.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ରାତ୍ରିରେ ନିଶାଚର, ଗୁପ୍ତଚର, ବନଚର ଇତ୍ୟାଦି]