Jump to content

ଚରଣ

ଉଇକିଅଭିଧାନ‌ରୁ

ଚରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚର ଧାତୁ+କରଣ. ଅନ)

[ସମ୍ପାଦନା]
୧. ପଦ; ଗୋଡ଼ — ୧. Leg; the foot.
୨. ଶ୍ଳୋକର ଚତୁର୍ଥାଶଂ ପଂକ୍ତି — ୨. A quarter or foot of a stanza.
୩. କବିତା ପଦକର ଅଂଶ ବା ପାଦ — ୩. A part of a stanza.

ତଥାପି ଗୁଣିଗଣ ଅନୁସରଣେ କବିତା କରି ଥାଇ ପଦ ଚରଣେ ବ୍ରଜନାଥ. ସମରତରଙ୍ଗ

୪. ଗୋତ୍ର —୪. Family; clan.
୫. ମୂଳ —୫. Root.
୬. (+ଭାବ. ଅନ) ଭ୍ରମଣ — ୬. Wandering; walking.
୭. ଚଳନ; ଗତି —୭. MOtion.
୮. ଭକ୍ଷଣ —୮. Eating; consuming.
୯. ଆହାରାନ୍ୱେଷଣ; ରଚିବା — ୯. Grazing; roaming in quest of food.
୧. ଆଚରଣ —୧୦. Conduct; behaviour.
୧୧. ସ୍ୱଭାବ; ଶୀଳ —୧୧. Nature.
୧୨. ଚରିତ୍ର —୧୨. Character.
୧୩. ବେଦର କଠ; କୌଥମ; ବହ୍ୱୃଚାଦିଶାଖା; ଉପନିଷଦ୍ — ୧୩. Branch of the Vedas; the Upanishads.
୧୪. (ପୂଜ୍ୟ ବ୍ୟକ୍ତିଙ୍କ ପ୍ରତି ଭକ୍ତିର ଭକ୍ତିପ୍ରଣୋଦିତ ବଚନ) ଚରଣକମଳ; ସଂବୋଧିତ ପୂଜ୍ୟ ବ୍ୟକ୍ତି ବା ଦେବତା ସ୍ୱୟଂ —୧୪. (a use of the word prompted by devotion to one's elder or superior.

ସେ କଥା କହି ମୂନି ମତେ, (ସେ ହରି ଚରଣେ ଯେମନ୍ତେ ନିଶ୍ଚଳେ ମନ କରିସ୍ଥିର, ଯେମନ୍ତେ ଛାଡ଼ଇ ଶରାର ଜଗନ୍ନାଥ. ଭାଗବତ

୧୫. (ଲକ୍ଷଣାର୍ଥ) କୌଣସି ବସ୍ତୁର ନିମ୍ନ ଭାଗ — ୧୫. The foot or lower part of a thing.
୧୬. ବ୍ରତାଦି ପାଳନ; ସମ୍ପାଦନ —୧୬. Performance; observance; perctising. (M.W.)

(ଯଥା—ଚପଶ୍ଚରଣ)


ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପୁରୁଷବାଚକ ଗୋପାଳ, ଶ୍ୟାମ, କୃଷ୍ଣ, ରାମ, ବିଷ୍ଣୁ, ହରି, ଧ୍ରୁବ, ଭିକାରୀ ଓ ସ୍ତ୍ରୀବାଚକ ରାଧା, ଶ୍ୟାମା, ଲକ୍ଷ୍ମୀ, କାଳିନ୍ଦୀ, କାଳୀ, ପାର୍ବତୀ ଆଦି ସ୍ତ୍ରୀବାଚକ ଓ ଅଭୟ, ଧର୍ମ, ସତ୍ୟ ଓ ମିଥ୍ୟା ଆଦି ଶବ୍ଦମାନଙ୍କ ପରେ ଲାଗି ପୁରୁଷଙ୍କ ନାମ ଦିଆଯିବା ଶବ୍ଦ —A word added to some other words constituting names of males.