Jump to content

ଚରଣତଳ

ଉଇକିଅଭିଧାନ‌ରୁ

ଚରଣତଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଚରଣ+ତଳ; ଭକ୍ତି ବା ବିନୟ— ପ୍ରଣୋଦିତ ଅତ୍ୟୁକ୍ତି ବଚନ)—ଗୁରୁଜନାଦି ପୂଜ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୁଜ୍ୟ)

[ସମ୍ପାଦନା]

ଗୋଡ଼ପାଖ; ପାଦନିକଟ, ନିକଟ — ୧. (at) The feet (of the person addressed t o or referred)

(ଯଥା—ଏ ପତ୍ର ପିତୃଦେବଙ୍କ ଚରଣ ତଳେ ପହଞ୍ଚିବ ଅର୍ଥାତ୍ ପିତୃଦେବଙ୍କ ନିକଟରେ ପହଞ୍ଚିବ)

(ଯଥା—ମତେ ଆପଣଙ୍କ ଚରଣ ତଳେ ସ୍ଥାନ ଦେବେ ଅର୍ଥାତ୍ ଆପଣଙ୍କ ନିକଟରେ ଆଶ୍ରୟ ଦେବେ)

ମୁଁ ଆପଣଙ୍କ ଚରଣ ତଳେ ଦୋଷୀ ଅଟେ=ମୁଁ ଆପଣଙ୍କଠାରେ ଦୋଷୀ ଅଟେ

୨. ପାଦତଳ ଭୂମି; ଯାହା ଉପରେ ପାଦ ସ୍ଥାପନ କରାଯାଏ ୨. The earth which (the addressee's) foot is treading; a thing on which the addressee is putting his foot.

(ଯଥା—ମୁଁ ଆପଣଙ୍କ ଚରଣ ତଳକୁ ଯୋଗ୍ୟ ନୁହେଁ ମୁଁ ଏଡ଼େ ହେୟ ଯେ ଆପଣଙ୍କ ପାଦ ମଧ୍ୟ ମୋ ଉପରେ ରହିବାର ଉପଯୁକ୍ତ ନୁହେଁ, ଅର୍ଥାତ୍ ଆପଣଙ୍କ ପାଦତଳ ଭୂମି ଅପେକ୍ଷା ମଧ୍ୟ ମୁଁ ହେୟ)

୩. (ସଂବୋଧିତବ୍ୟକ୍ତିଙ୍କ) ହୃଦୟ — ୩. The mind (of the person addressed to)

(ଯଥା—ଏ ଦାସୀକୁ ସର୍ବଦା ଚରଣତଳେ ସ୍ଥାନ ଦେବେ ଅର୍ଥାତ୍ ଏ ଦାସୀକୁ ସର୍ବଦା ମନରେ ବା ହୃଦୟରେ ରଖିଥିବେ ପାସୋରିବେ ନାହିଁ)

୪. (ସଂବୋଧିତବ୍ୟକ୍ତିଙ୍କ) ଆଶ୍ରୟ — ୪. Patronage; protection.

(ଯଥା—ଦେବତାଙ୍କ ଚରଣତଳ ମତେ ରକ୍ଷାକରିବ)

୫. ଢଳପା —୫. Sole of the feet.

ଫାଟିପଡ଼ିବାର ନିକୁଞ ସଞ୍ଚାର ଶ୍ରମୁଁ ମୋ ଚରଣତଳ—କବିସୂର୍ଯ୍ୟ. କିଶୋରଚମ୍ପୁ ଫ ଗୀତ