ଚରଣି
ଦେଖଣା
ଚରଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚର ଧାତୁ+କର୍ତ୍ତୃ. ଅନି)
[ସମ୍ପାଦନା]ମନୁଷ୍ୟ (ହିନ୍ଦୀ - ଶବ୍ଦସାଗର) —Man.
ଦେଶଜ - ବି—(ସଂସ୍କୃତ - ଚର୍ ଧାତୁ)
[ସମ୍ପାଦନା]- ୧. ଗ୍ରାସ; ଗୋରୁ ଘୋଡ଼ାଙ୍କ ଖାଦ୍ୟ —୧. Food for beasts.
- ୨. (ସଂସ୍କୃତ - ଚାରଣ) ଗୋଚାରଣ; ଗୋରୁ ଚରାଇବା — ୨. Tending cattle; pasturing.
- ୩. (ସଂସ୍କୃତ - ଚରଣ) ଗୋରୁ ମହିଷାଦିମାନଙ୍କର ଘାସ ଚରିବା — ୩. The beasts feeding on pasture; grazing.
- ୪. (ସଂସ୍କୃତ - ଚର) ଗୋଚାରଣ ଭୂମି —୪. Pasturage.
- ୫. (ସଂସ୍କୃତ - ଚରୁ) ଜମିଦାର ବା ରାଜାଙ୍କ ଭୂମିରେ ଗୋ— ମହିଷାଦିଙ୍କ ଘାସ ଚରିବା ନିମନ୍ତେ ଗୋରୁର ସ୍ୱାମୀ ରାଜାଙ୍କୁ ଯେଉଁ କର ଦିଏ —୫. Pasture tax; grazing tax; tax paid to the Raja or zamindar for ones cattle grazing on the Zamindar's land or pasture.
- ୬. ଗୋରୁ ମଇଁଷି ରାଜା ବା ଜମିଦାରଙ୍କ ଜମି ବା ଜଙ୍ଗଲ ବା ପଠାରେ ଚରିବାରୁ ଗଉଡ଼ମାନେ ରାଜାଙ୍କୁ କର ବଦଳରେ ଯେଉଁ ଘିଅ ଦିଅନ୍ତି —୬. Ghee paid by cowherds to the Raja or Zamindar in lieu of grazing tax.
ଦେଶଜ - ବିଶେଷଣ -
[ସମ୍ପାଦନା]ଗୋରୁ ଗାଈ ଚରାଇବା ପାଇଁ ଭୂସ୍ୱାମିଙ୍କ ଦେୟ (ଘୃତ; ରାଜସ୍ୱ) —Payable for grazing.
(ଯଥା—ଚରଣ ଘିଅ, ଚରଣି ଖଜଣା, ଚରଣ ଟିକସ)