Jump to content

ଚରା

ଉଇକିଅଭିଧାନ‌ରୁ

ଚରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ ଧାତୁ)

[ସମ୍ପାଦନା]
୧. ପଶୁପକ୍ଷି ପ୍ରଭୃତିଙ୍କର ପଡ଼ିଆ ଆଦିରେ ବୁଲି ଖାଦ୍ୟ ଆଦି ଖାଇବା —୧. Grazing; browsing of cattle and birds.

ଚରା ସାରି ପକ୍ଷୀ ଆକାଶେ ଭଡ଼ି ମଧୁସୂଦନ ସନ୍ଧ୍ୟା

୨. ଗୋରୁମାନଙ୍କର ଖାଇବା ଘାସ ଆଦି — ୨. Grass; fodder.
୩. ମାଛମାନେ ବନିଶୀ ପକାଇବା ସ୍ଥାନକୁଆକୃଷ୍ଟ ହୋଇ ଆସିବା ନିମନ୍ତେ ଜଳାଶୟର ନିର୍ଦ୍ଦିଷ୍ଟ ଅଂଶରେ ବୁଣାଯିବା ଖାଦ୍ୟ; ଚରେଇ —୩. Food for fishes strewn on a particular spot of a tank or river to attract fishes (so that a person may successfully angle there.
୪. ଚରାଭୁଇଁ; ଗୋଚାରଣ ସ୍ଥାନ; ତୃଣାଦିବହୁଳ ଗୋଚାରଣୋପଯୋଗୀ ସ୍ଥାନ —୪. Pasture.
୫. (ସଂସ୍କୃତ - ଚରା) ନଦୀର ଚର; ପଠା; ପଟୁ — ୫. Sand bank; accretions; alluvial land.

ନୈରାଶ୍ୟ ଚରାରେ ଲାଖି ରହିଲା ସେ ବାହୁଡ଼ିବ ନାହିଁ ଆଉ ରାଧାନାଥ. ଯାଯାତି

୬. ଗବାଦି ପଶୁଙ୍କର ଗିଳିତ ବସ୍ତୁର ଉଦ୍ଗିରଣ; ପାଗୁଳି — ୬. Rumination.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚରୁଥିବା —୧. Grazing; browsing.
୨. ଗୋରୁ ଚରିବାର ଯୋଗ୍ୟ — ୨. Fit for pasture.
୩. ଯେଉଁଠାରେ ଗୋରୁ ଚରନ୍ତି — ୩. Used as a pasture.

(ଯଥା— ଚରା ଭୂଇଁ)

୪. ଯେଉଁ ସ୍ଥାନରେ ମାଛ ଆଦି ଖାଦ୍ୟ ଖୋଜି ବୁଲନ୍ତି — ୪. (land) Used by fish to find food.

(ଯଥା— ଚରାଭୂଇଁ)

୫. (ଅନ୍ୟ ଶବ୍ଦ ପରେ ପ୍ରଯୁଜ୍ୟ) ଯେ ଚରାଏ; ରଖୁଆଳ — ୫. Tending cattle.

(ଯଥା—ଗାଈଚରା ଟୋକା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଖାଦ୍ୟ —୧. Food.
୨. ଗ୍ରାସାଚ୍ଛାଦନ — ୨. Maintenance; food and raiment.